କବିସୂର୍ଯ୍ୟନଗର,୨୦ା୨(ଡି.ଏନ.ଏ.): ମାତ୍ର ୧୫ଦିନରେ ଭେଣ୍ଡିଂ ଜୋନ୍ ଯୋଗାଇ ଦେବାକୁ କହି ବ୍ଲକ ପାର୍ଶ୍ୱ ଦୋକାନୀମାନଙ୍କୁ ଉଠାଇ ଦିଆଗଲା। କିନ୍ତୁ ୧୫ ମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ଭେଣ୍ଡିଂ ଜୋନ୍ ଯୋଗାଇ ଦିଆଯାଇପାରି ନାହିଁ। ଫଳରେ ବ୍ୟବସାୟୀମାନେ ଏବେ ହତାସ ହୋଇ ବସିଛନ୍ତି। ୨୦୨୧ ଜୁଲାଇ ୨୨ରେ ପ୍ରଶାସନ ବ୍ଲକ ପାର୍ଶ୍ୱରେ ଥିବା ବ୍ୟବସାୟୀଙ୍କୁ ଉଠାଇଦେଇ ୧୫ଦିନରେ ନୂଆ ଘର ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ୧୫ ମାସରୁ ଉର୍ଦ୍ଧ ସମୟ ବିତିଥିଲେ ମଧ୍ୟ ଭେଣ୍ଡିଂ ଜୋନ୍ ଯୋଗାଇ ଦିଆଯାଇନାହିଁ। ବ୍ଲକ ପାର୍ଶ୍ୱ ନିର୍ମାଣ ସରିଥିବା ୧୦ଟି ଟିଣ ଘର ଭେଣ୍ଡିଂ ଜୋନ ଉଦଘାଟନ କରିବା ନେଇ ଦିନ ଗଡୁଛି। ହତାଶ ହୋଇ ବସିଛନ୍ତି ୍ଯଯବସାୟୀ। ସେହିପରି ଆରଇବି ଛକଠାରେ ଗତ ୨୦୨୨ ଜାନୁୟାରୀ ୬ରୁ ୮ଟି ଟିଣଘର ଉଦଘାଟନ ହୋଇଥିଲେ ମଧ୍ୟ ତାଲାପଡ଼ି ରହିଛି। ବହୁ ଟଙ୍କା ଖର୍ଚ୍ଚ କରାଯାଇ ଏହା ନିର୍ମାଣ ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ କହିଛନ୍ତି, କାଉନସିଲର ସଭାରେ ପ୍ରତି ବ୍ୟବସାୟୀ ଘର ଭଡ଼ା ବାବଦରେ ୧୦୦୦ଟଙ୍କା ଓ ଅଗ୍ରିମ ୧୦ ହଜାର ପୈଠ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଖୁବ ଶୀଘ୍ର ଆବଣ୍ଟନ ହେବ।