ବୁଗୁଡ଼ା,୬ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅଧୀନ ୧୦ଟି ପଞ୍ଚାୟତରେ ଖାଲି ପଡିଥିବା ୧୦ଟି ୱାର୍ଡ ସଭ୍ୟ ପଦ ଲାଗି ଗୁରୁବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସୁଦ୍ଧା ୧୫ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ତଥା ବିଡିଓ ବାସୁଦେବ ନାୟକଙ୍କ ଠାରୁ ପ୍ରକାଶ ପାଇଛି।
ଏହି ବ୍ଲକ ଅନ୍ତର୍ଗତ ୬ଟି ପଞ୍ଚାୟତ ମଧ୍ୟରୁ ବି.କରଡ଼ାବାଡ଼ି ୪ନଂ ୱାର୍ଡ, ବାଲିପଦରର ୫ନଂ, ବିରଞ୍ଚିପୁରର ୧୧ନଂ, ଗୋଲିଆର ୭ନଂ, କରଚୁଲିର ୧୫ନଂ ଓ ମୋଟାବାଡ଼ିର ୮ନଂ ୱାର୍ଡ ପାଇଁ ମାତ୍ର ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରି ଅପ୍ରତିଦ୍ୱନ୍ଦୀ ରହିଛନ୍ତି। ଅନ୍ୟପକ୍ଷରେ ପାଙ୍ଗିଡ଼ି ପଞ୍ଚାୟତର ୪ନଂ ୱାର୍ଡ, ସଙ୍କୁରୁର ୧୧ନଂ ୱାର୍ଡ ଓ ତାକରଡାର ୭ନଂ ୱାର୍ଡ ପାଇଁ ୨ ଜଣ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ପୋଚାଲୁଣ୍ଡି ପଞ୍ଚାୟତର ୬ନଂ ୱାର୍ଡ ପାଇଁ ୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି।