ନୂଆଦିଲ୍ଲୀ,୧୩ ।୯: ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଅଲଗା ହେବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦୟ ୟୁନାଇଟେଡ(ଜେଡିୟୁ)କୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି । ନୀତୀଶ ଭାଜପା ବିରୋଧୀଙ୍କୁ ଏକାଠି କରିବା ମଧ୍ୟରେ ତାଙ୍କୁ ଆଉ ଏକ ଝଟ୍କା ଲାଗିଛି । ଜେଡିୟୁର ଡାମନ ଓ ଡିୟୁରେ ଥିବା ସଦସ୍ୟମାନେ ଭାଜପାରେ ସାମିଲ ହୋଇଯାଇଛନ୍ତି । ପ୍ରଥମେ ମଣିପୁର ଓ ଅରୁଣାଚଳ ପ୍ରଦେଶର ଜେଡିୟୁ ବିଧାୟକ ଭାଜପାରେ ସାମିଲ ହୋଇ ନୀତୀଶଙ୍କୁ ଝଟ୍କା ଦେଇଥିବା ବେଳେ ଏବେ ଦାମନ ଓ ଡିୟୁର ସଦସ୍ୟମାନେ ଭାଜପାରେ ସାମିଲ ହୋଇ ନୀତୀଶଙ୍କ ଚିନ୍ତାକୁ ବଢାଇ ଦେଇଛନ୍ତି । ଡାମନ ଓ ଡିୟୁର ୧୭ ଜିଲା ପଞ୍ଜାୟତ ସଦସ୍ୟଙ୍କ ମଧ୍ୟରୁ ୧୫ ଓ ରାଜ୍ୟ ଜେଡିୟୁର ପୂର୍ବତନ ସଦସ୍ୟ ସୋମବାର ଭାଜପାରେ ସାମିଲ ହୋଇଛନ୍ତି ।