ଇସ୍ପାତ ଓ ଖଣି ବିଭାଗର ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୭ା୧୨(ବ୍ୟୁରୋ):ରାଜ୍ୟରୁ କରୋନା କଟକଣା ଏକ ପ୍ରକାର କୋହଳ ହୋଇସାରିଛି। ହେଲେ କିଛିଦିନ ହେବ ସ୍କୁଲ ଶିକ୍ଷକ ଏବଂ ଚାତ୍ରୀଛାତ୍ରମାନେ କେତେଗୁଡିଏ ସ୍ଥାନରେ କରୋନା ପଜେଟିଭ ହେଉଥିବା ଲକ୍ଷ୍ୟ କରାଯାଇଛି। ସେହିପରି ରାଜ୍ୟ ସରକାର ଷ୍ଟିଲ୍‌ ଏବଂ ମାଇନ୍ସ ବିଭାଗର ୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ବୁଧବାର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ୪୮ ଘଣ୍ଟା ପାଇଁ ଷ୍ଟିଲ ଆଣ୍ଡ ମାଇନ୍ସ ବିଭାଗକୁ ବନ୍ଦ କରିଦିଆଯାଇଛି। କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ଅଧିକ ବୃଦ୍ଧି ନ ପାଇବ ତାହାକୁ ଦୃଷ୍ଟିରେ ରଖି ଏହି ସମୟ ମଧ୍ୟରେ ବିଭାଗର ସବୁ ସ୍ଥାନ ସାନିଟାଇଜେସନ କରାଯାଇଛି। ୧୮ ତାରିଖରେ ବିଭାଗୀୟ କାର୍ଯ୍ୟ ପୂର୍ବଭଳି ଚାଲିବ। ଯେଉଁ କର୍ମଚାରୀମାନେ ଅଫିସ କଯର୍ଯ୍ୟରେ ଯୋଗ ନ ଦେବେ ସେମାନେ ଘରେ ରହି ସରକାରୀ କାମ କରିବେ। ଏଥିଲାଗି ସେମାନେ ନୋଟିସ ଦେଇ ରହିପାରିବେ। ସବୁ ସମୟରେ ଟେଲିଫୋନ ଖୋଲା ରଖି ଯୋଗାଯୋଗରେ ରହିବା ପାଇଁ ପ୍ରସ୍ତୁତ ରହିବେ। ଏହାସହ ରୋଷ୍ଟର ଡ୍ୟୁଟି ପ୍ରସ୍ତୁତ କରିବା ପାଇଁ ମଧ୍ୟ କୁହାଯାଇଛି।

Share