ଆତଙ୍କବାଦୀ ଆକ୍ରମଣରେ ୧୫ ପୋଲିସକର୍ମୀଙ୍କ ସହ ଅନେକ ନାଗରିକ ମୃତ

ମସ୍କୋ,୨୪।୬: ରୁଷିଆର ଦକ୍ଷିଣ ପ୍ରଦେଶ ଡେଜିସ୍ତାନରେ ଖ୍ରୀଷ୍ଟିଆନ ଏବଂ ଯିହୂଦୀମାନଙ୍କ ଧର୍ମସ୍ଥଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଡେଜିସ୍ତାନର ଡର୍ବେଣ୍ଟ ସହରରେ ଏହି ଗୁଳି ବିନିମୟ ହୋଇଥିଲା। ଡେଜିସ୍ତାନର ଗଭର୍ନର କହିଛନ୍ତି, ବନ୍ଧୁକଧାରୀଙ୍କ ଆକ୍ରମଣରେ ୧୫ରୁ ଅଧିକ ପୋଲିସ ଏବଂ ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ମଧ୍ୟ ରହିଛି।
ଆତଙ୍କବାଦୀମାନେ ଦୁଇଟି ଚର୍ଚ୍ଚ, ଏକ ଯିହୁଦୀ ମନ୍ଦିର ଏବଂ ପୋଲିସ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ସୋମବାର, ମଙ୍ଗଳବାର ଏବଂ ବୁଧବାର ଦିନ ଏହି ଅଞ୍ଚଳରେ ଶୋକ ଦିବସ ପାଳନ କରାଯିବ।
ପୋଲିସ ଅଧିକାରୀମାନେ ଏହି ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅପରେଶନ ଆରମ୍ଭ କରିଥିଲେ। ଏଥିରେ ପାଞ୍ଚ ଜଣ ଆକ୍ରମଣକାରୀଙ୍କୁ ନିହତ ହୋଇଥିଲେ।

Share