ଜଳିଗଲା ୧୫ ବଖରା

ବେଗୁନିଆପଡ଼ା,୧୧ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତର ଗୁଡ଼ିଆଳିରେ ଶନିବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ବେଳେ ଚାହୁଁଚାହୁଁ ୧୫ ବଖରା ଜଳିପୋଡ଼ି ପାଉଁଶ ହୋଇଯାଇଛି।

ସୂଚନାନୁଯାୟୀ, ଶଟ୍‌ସର୍କିଟ ଯୋଗୁ ହଠାତ୍‌ ନିଆଁ ଲାଗି ଯାଇଥିଲା। ନିଆଁକୁ ଆୟତ୍ତ କରିବାକୁ ଗ୍ରାମବାସୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ଖବର ପାଇ କୋଦଳା ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପ୍ରାୟ ୯ଟି ପରିବାରର ୧୫ ବଖରା ଘର ଏହି ନିଆଁର ପ୍ରକୋପରେ ନଷ୍ଟ ହୋଇଥିବା ଜଣାପଡ଼ିଛି। ବଂଶୀଧର ସ୍ବାଇଁ, ମୁରଲୀ ସ୍ବାଇଁ, କୁମର ସ୍ବାଇଁ, ଜୁମର ସ୍ବାଇଁ, ହରପ୍ରସାଦ ପ୍ରଧାନ, ଜିତେନ୍ଦ୍ର ଜେନା, ଭଗବାନ ସ୍ବାଇଁ, ଅନ୍ତର ସ୍ବାଇଁ, ସୁବାସ ସ୍ବାଇଁଙ୍କ ଚାଳ ଓ ଆଜବେଷ୍ଟସ୍‌ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଖବର ପାଇ ସ୍ଥାନୀୟ ଜନପ୍ରତିନିଧି ଓ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଅଗ୍ନି ବିପନ୍ନ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।