Categories: ଜାତୀୟ

୫ ମାସରେ ୧୫ ସୁରକ୍ଷାକର୍ମୀ-୧୮ ନାଗରିକଙ୍କୁ ହତ୍ୟା, ରାହୁଲଙ୍କ ମୋଦିଙ୍କୁ ପ୍ରଶ୍ନ…

ନୂଆଦିଲ୍ଲୀ, ୧।୬ : ଜମ୍ମୁ-କଶ୍ମୀରରେ ଲଗାତାର ଟାର୍ଗେଟ୍‌ କିଲିଂ ବୃଦ୍ଧି ପାଉଛି। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ରାହୁଲ ପ୍ରଶ୍ନ କରିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ଗତ ୫ ମାସରେ ୧୫ ସୁରକ୍ଷାକର୍ମୀ ଏବଂ ୧୮ ନାଗରିକଙ୍କୁ ହତ୍ୟା କରାଯାଇଛି। ପ୍ରଧାନମନ୍ତ୍ରୀ ଏହାର ଜବାବ ଦିଅନ୍ତୁ। ଭାଜପା କ୍ଷମତାର ୮ ବର୍ଷ ପୂର୍ତ୍ତି ଉତ୍ସବ ପାଳନରେ ବ୍ୟସ୍ତ। ଏଥିପ୍ରତି ସରକାରଙ୍କ ଦୃଷ୍ଟି ନାହିଁ।

ଏହା କୌଣସି ଫିଲ୍ମ ନୁହେଁ ସତ୍ୟ କଥା ବୋଲି ରାହୁଲ ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଜମ୍ମୁ-କଶ୍ମୀରରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି।

Share