୧୫ ଷ୍ଟାର୍ଟଅପ୍‌, ଇନ୍‌କ୍ୟୁବେଟର୍ସ ଲାଗି ୧.୨୩ କୋଟି ପ୍ରଦାନ

ଭୁବନେଶ୍ୱର,୨୮। ୮ରାଜ୍ୟର ୧୫ଟି ଷ୍ଟାର୍ଟଅପ୍‌ ଓ ଗୋଟିଏ ଇନ୍‌କ୍ୟୁବେଟର୍ସ ନିମନ୍ତେ ଷ୍ଟାର୍ଟ ଅପ୍‌ ଓଡ଼ିଶା ଟାସ୍କଫୋର୍ସ ସହାୟତା ରାଶି ଭାବେ ୧.୨୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗୁରୁବାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭର୍ଚୁଆଲ୍‌ ବୈଠକରେ ଏହା ଘୋଷଣା କରାଯାଇଛି। ଏହି ଅର୍ଥ ଓଡ଼ିଶା ଷ୍ଟାର୍ଟ ଅପ୍‌ ପଲିସି ଅଧୀନରେ ସ୍ବୀକୃତି ଓ ପ୍ରୋତ୍ସାହନ ଭାବେ ପ୍ରଦାନ କରାଯାଇଛି।
ମିରାକ୍ୟୁଲେସ୍‌ ମେଡ୍‌ ସଲ୍ୟୁସନ୍‌ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଅନନ୍ୟ ରକ୍ତ ଜମାଟକାରୀ ପାଉଡର ଆଘାତପ୍ରାପ୍ତ ବ୍ୟକ୍ତିଙ୍କ ରକ୍ତ ଜମାଟକୁ ୪୦ ସେକେଣ୍ଡ ମଧ୍ୟରେ ସ୍ବଭାବିକ କରିବା ଉପରେ ବିକଶିତ ବୈଷୟିକ ଜ୍ଞାନକୌଶଳକୁ ଟାସ୍କଫୋର୍ସ କମିଟିର ସଦସ୍ୟମାନେ ଖୁସି ବ୍ୟକ୍ତ କରିଛନ୍ତି। ଏହି ଷ୍ଟାର୍ଟଅପ୍‌ ଆନ୍ତର୍ଜାତିକସ୍ତରରେ ପୁରସ୍କୃତ ହୋଇଛି। ଏହା ବଜାରରେ ଉପଲବ୍ଧ ହେବା ପୂର୍ବରୁ ୟୁଏସ୍‌ଏଫ୍‌ଡିଏ ଦ୍ବାରା ସ୍ବୀକୃତି ଲାଭ କରିବାର ଲକ୍ଷ୍ୟ ରଖିଛି। ଅନ୍ୟ ବିକଶିତ ଯନ୍ତ୍ରାଂଶ ମଧ୍ୟରେ ଦୀର୍ଘ ସମୟ କମ୍ପ୍ୟୁଟର ଆଗରେ ବସୁଥିବା ବ୍ୟକ୍ତିଙ୍କ ବସିବା ମୁଦ୍ରାରେ ସୁଧାର ଆଣିବା ଯନ୍ତ୍ର, ସାନିଟାରି ନାପ୍‌କିନ୍‌ର ସୌରଶକ୍ତିରେ ଶୁଖାଇବା ଯନ୍ତ୍ର ଏବଂ ଧାନ କୁଣ୍ଡାରୁ ପ୍ରୋଟିନ୍‌ ପ୍ରସ୍ତୁତ ଆଦି ରହିଛି। ଏହାସହ ଟାସ୍କ ଫୋର୍ସ ଅନ୍ୟ ଚାରୋଟି ଶିକ୍ଷାନୁଷ୍ଠାନକୁ ଓଡ଼ିଶା ଷ୍ଟାର୍ଟ ଅପ୍‌ ପଲିସି ଅଧୀନରେ ସ୍ବୀକୃତି ପ୍ରଦାନ କରିଛି। ଏଥିରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ବରର ସିପେଟ୍‌, ଏଆଇସି ନାଳନ୍ଦା ଏବଂ ଏଆଇସି ସି.ଭି. ରମଣ ଅନ୍ତର୍ଭୁକ୍ତ। ଏହି ନୂତନ ଇନ୍‌କ୍ୟୁବେଟର୍ସ ବ୍ୟତୀତ ଷ୍ଟାର୍ଟଅପ୍‌ ଓଡ଼ିଶା ଉପକ୍ରମ ଅଧୀନରେ ୧୭ଟି ଇନ୍‌କ୍ୟୁବେଟର୍ସ ପଞ୍ଜୀକୃତ ହୋଇ ଏହା ରାଜ୍ୟର ଷ୍ଟାର୍ଟଅପ୍‌ ଇକୋ-ସିଷ୍ଟମ୍‌କୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଟାସ୍କଫୋର୍ସ କାର୍ଯ୍ୟ କରିବା ସହ ଓଡ଼ିଶାକୁ ଦେଶର ପ୍ରଥମ ୩ଟି ଷ୍ଟାର୍ଟଅପ୍‌ ମଧ୍ୟରେ ସ୍ଥାନିତ କରିପାରିବା ବୋଲି ପ୍ରକାଶ କରିଛନ୍ତି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଷ୍ଟାର୍ଟଅପ୍‌ ଉପକ୍ରମ ଅଧୀନରେ ଏଯାବତ୍‌ ୬୮୪ ଗୋଟି ଷ୍ଟାର୍ଟଅପ୍‌ ଏବଂ ୧୭ଟି ଇନ୍‌କ୍ୟୁବେଟର୍ସ ପଞ୍ଜୀକୃତ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri