Categories: ଖେଳ

ଇସ୍ରାଏଲ ଫୁଟ୍‌ବଲ କ୍ଲବର ୧୫ ସମର୍ଥକ ଗିରଫ

ଥେସାଲୋନିକି,୧୨ା୮: ଗ୍ରୀସ୍‌ ପୋଲିସ ଇସ୍ରାଏଲର ଏକ ଫୁଟବଲ କ୍ଲବ ମାକାବି ତେଲ୍‌ ଆଭିଭ୍‌ର ୧୫ ସମର୍ଥକଙ୍କୁ ଗିରଫ କରିଛି। ଆରିସ ବିପକ୍ଷ ୟୁରୋପା କନ୍‌ଫରେନ୍ସ ଲିଗ୍‌ ମ୍ୟାଚ୍‌ ପୂର୍ବରୁ ସେମାନଙ୍କ ନିକଟରୁ ଧୂଆଁ ବୋମା ଓ ଆତସବାଜି ଜବତ କରାଯାଇଛି। ଗୁରୁବାର ମ୍ୟାଚ ପୂର୍ବରୁ ସୁରକ୍ଷା ଯାଞ୍ଚ ବେଳେ ଗିରଫ ହୋଇଥିବା ଏହି ସମର୍ଥକମାନଙ୍କ ବୟସ ୧୬ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ପୋଲିସ ସୂଚନା ଦେଇଛି। ସେମାନଙ୍କୁ ଶୁକ୍ରବାର ଜଣେ ପ୍ରସିକ୍ୟୁଟରଙ୍କ ସାମ୍‌ନାରେ ହାଜର କରାଯାଇଥିଲା। ସନ୍ଦିଗ୍ଧଙ୍କ ମଧ୍ୟରୁ ୫ଜଣ ନାବାଳକ ହୋଇଥିବା ଜଣାପଡିଛି। ଆରିସ ଏହି ମ୍ୟାଚ ୨-୧ ଗୋଲରେ ଜିତିଥିଲା।

Share