ଓମିକ୍ରନ୍ ସଙ୍କଟ: ମହାରାଷ୍ଟ୍ର-କର୍ନାଟକ-ଗୁଜରାଟ ପରେ ଏବେ ଦିଲ୍ଲୀ ଉପରେ ନଜର

ନୂଆଦିଲ୍ଲୀ,୫ ।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମ କରି ଦେଖାଦେଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ଏବେ ଚିନ୍ତା ବଢିବାରେ ଲାଗିଛି । ପ୍ରଥମେ କର୍ନାଟକରେ ୨ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ମହାରାଷ୍ଟ୍ର ଓ ଗୁଜରାଟରେ ଜଣେ ଜଣେ ଓମିକ୍ରନ୍ ସଂକ୍ରମିତ ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି । ଏବେ ସମସ୍ତଙ୍କ ନଜର ରାଜଧାନୀ ଦିଲ୍ଲୀ ଉପରେ । କାରଣ ରାଜଧାନୀ ଦିଲ୍ଲୀକୁ ହାଇରିସ୍କ ଦେଶରୁ ଫେରିଥିବା ପ୍ରାୟ ୧୫ ଜଣ ଯାତ୍ରୀ ଏଲଏନ୍‌ଜେପି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ସାମ୍ପଲ ଜିନୋମ ସିକ୍ୟୁଏନସିଂ ପାଇଁ ପଠାଯାଇଛି । ୪-୫ ଦିନ ମଧ୍ୟରେ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ଯେ ଏମାନେ ଓମିକ୍ରନ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ କି ନା । ମିଳିଥିବା ସୂଚନାରୁ ଜଣାପଡିଛି କି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୫ ସନ୍ଦିଗ୍ଧଙ୍କ ମଧ୍ୟରୁ ୯ ଜଣଙ୍କ କରୋନା ରିପୋର୍ଟ ପଜିଟିଭ ରହିଛି । ବାକି ୬ ଜଣଙ୍କ ନିକଟରେ ଗଳା ଦରଜ ଓ ଜ୍ୱର ଭଳି ଲକ୍ଷଣ ରହିଛି । ଏମାନଙ୍କୁ ଦିଲ୍ଲୀ ସରକାରଙ୍କ ଲୋକମାନ୍ୟ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ସପ୍ତାହରେ ହିଁ ସରକାର ଏହି ହସ୍ପିଟାଲକୁ ଓମିକ୍ରନ ସଂକ୍ରମିତଙ୍କ ଚିକିତ୍ସା ପାଇଁ ରିଜର୍ଭ କରି ରଖିଥିଲେ ।

Share