Categories: ବାଣିଜ୍ୟ

୧୫ରୁ ‘ଫୁଲ୍‌ ପଇସା ଅସୁଲ’ ସେଲ୍‌

ଭୁବନେଶ୍ୱର,୧୪।୮: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ସ୍ମାର୍ଟ ବଜାରର ବହୁ ପ୍ରତୀକ୍ଷିତ ତଥା ୫ ଦିନିଆ ଆକର୍ଷଣୀୟ ଅଫର ‘ଫୁଲ୍‌ ପଇସା ଅସୁଲ’ ସେଲ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସେଲ୍‌ ୨୦୨୪ ଅଗଷ୍ଟ ୧୫ରୁ ୧୯ ପର୍ଯ୍ୟନ୍ତ ସର୍ବଭାରତୀୟସ୍ତରର ଆଉଟ୍‌ଲେଟ୍‌ (୯୦୦ରୁ ଅଧିକ ଷ୍ଟୋର)ରେ ଉପଲବ୍ଧ। ଉଲ୍ଲେଖଯୋଗ୍ୟ, ସ୍ମାର୍ଟ ବଜାରର ଫୁଲ୍‌ ପଇସା ଅସୁଲ ସେଲ୍‌ ଜରିଆରେ ଗ୍ରାହକ ଆକର୍ଷଣୀୟ ରିହାତି ଅଫର ସାଙ୍ଗକୁ ସୁଲଭ ମୂଲ୍ୟରେ ଅନେକ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ। ବିଶେଷକରି ୫କେଜି ବାସ୍‌ମତି ରାଇସ୍‌ + ୩ ଲିଟର ତେଲ ମାତ୍ର ୭୨୫ ଟଙ୍କାରେ ମିଳୁଥିବାବେଳେ ଗୋଟିଏ ଜିନ୍‌ କିଣିଲେ ଆଉ ଗୋଟିଏ ମାଗଣା ( ଜିନ୍‌-ବାଏ ୧ ଗେଟ୍‌ ୧), ବିସ୍କୁଟ ବାଏ ୨ ଗେଟ୍‌ ୨, ଆଲମଣ୍ଡସ ୫୦୦ଗ୍ରାମ ମାତ୍ର ୩୩୯ ଟଙ୍କାରେ ଦିଆଯାଉଛି। ସେହିଭଳି ୩ ପିସ୍‌ ବ୍ରାଣ୍ଡେଡ୍‌ ଟ୍ରଲି ପିସ୍‌ ମାତ୍ର ୪୯୯୯ ଟଙ୍କାରେ ଉପଲବ୍ଧ ହେଉଥିଲାବେଳେ ୩ ବର୍ନର ଗ୍ଲାସ୍‌ ଟପ୍‌ ଗ୍ୟାସ୍‌ ଷ୍ଟୋଭ ମାତ୍ର ୧୯୯୯ ଟଙ୍କାରେ ଯୋଗାଇ ଦିଆଯାଉଛି। ଏପରିକି ଟୁଥ୍‌ପେଷ୍ଟ ଆଣ୍ଡ ସୋପ୍‌ ଉପରେ ପ୍ରାୟ ୩୩% ରିହାତି ଥିବାବେଳେ ଶାମ୍ପୋର ବଡ଼ ପ୍ୟାକେଟରେ ୫୦୦ ଟଙ୍କାର ଛାଡ଼ ରହିଛି। ସେହିପରି ବେଡ୍‌ଶିଟ ଗୋଟିଏ କିଣିଲେ ୨ଟା ମାଗଣା ( ବେଡ୍‌ଶିଟ ବାଏ ୧ ଗେଟ୍‌୨) ଏବଂ ଡିଟରଜେଣ୍ଟ ଉପରେ ୩୩% ରିହାତି ମିଳୁଛି।

Share