Advertisement

କରୋନାରେ ୧୫ବର୍ଷୀୟ ନାବାଳିକାଙ୍କ ଜୀବନ ଗଲା

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ ପିଲାର କରୋନାରେ ମୃତ୍ୟୁ ଘଟିଛି। ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ କୋରାପୁଟ ଜିଲାର ଜଣେ ଲେଖାଏ ରହିଛନ୍ତି। କୋରାପୁଟର ଜଣେ ୧୫ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ସିକିଲ୍‌ ସେଲ୍‌ ଓ କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୩୭୫କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧,୫୬୧ ଥିବା ବେଳେ କଟକରେ ୮୫୪, ସୁନ୍ଦରଗଡ଼ରେ ୫୯୦, ଗଞ୍ଜାମରେ ୪୮୦, ପୁରୀ ୪୫୯, ଅନୁଗୋଳ ୩୯୮, ବରଗଡ଼ରେ ୩୩୫, ଜଗତସିଂହପୁରରେ ୩୧୭ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମାଲକାନଗିରିରେ ସର୍ବନିମ୍ନ ୪୬ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ କୋଭିଡ୍‌ ଡ୍ୟାସ୍‌ବୋର୍ଡରୁ ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share