Categories: ଫୁରସତ

୧୫ ବର୍ଷର ଅପେକ୍ଷା ୧୦ ପ୍ରତ୍ୟାଖ୍ୟାନ: ଶେଷରେ ୩.୭ ଫୁଟ୍ ଉଚ୍ଚତାର ବ୍ୟକ୍ତିଙ୍କୁ ମିଳିଲା ୪ ଫୁଟ୍ ଉଚ୍ଚତାର ଜୀବନସାଥୀ

ନୂଆଦିଲ୍ଲୀ,୧୫।୨: ଦୀର୍ଘ ୧୫ ବର୍ଷର ଅପେକ୍ଷା ଏବଂ ଅଗଣିତ ପ୍ରତ୍ୟାଖ୍ୟାନ ପରେ ଶେଷରେ ବିବାହ କରିଛନ୍ତି ୩.୭ ଫୁଟ୍ ଉଚ୍ଚତାର ୩୫ ବର୍ଷୀୟ ମହମ୍ମଦ ଅର୍ଶଦ। ଗତ ସୋମବାର ଅର୍ଶଦ ୩୦ ବର୍ଷୀୟ ୪ ଫୁଟ୍ ଉଚ୍ଚତାର ସୋନାଙ୍କୁ ବିବାହ କରିଛନ୍ତି। ମଧ୍ୟପ୍ରଦେଶ ସାଇନା ଅଞ୍ଚଳର ବାସିନ୍ଦା ଅର୍ଶଦ କୁହନ୍ତି ଯେ, ନିଜର ଉଚ୍ଚତାକୁ ନେଇ ତାଙ୍କୁ ଅନେକ କଥା ଶୁଣିବାକୁ ପଡୁଥିଲା, ଲୋକମାନେ ତାଙ୍କର ବିବାହ ହେବ କି ନାହିଁ ପ୍ରଶ୍ନ ଉଠାଉଥିଲେ।

ତେବେ ସେ ଯାହା ହେଉ ନା କାହିଁକି କୁହାଯାଏ କି ‘ଅପେକ୍ଷାର ଫଳ ମିଠା ହୋଇଥାଏ’। ସେହିପରି 10 ଜଣଙ୍କଠାରୁ ପ୍ରତ୍ୟାଖ୍ୟାନ ପାଇବା ପରେ ଶେଷରେ ଆର୍ଷଦଙ୍କୁ ମଧ୍ୟ ତାଙ୍କ ଜୀବନସାଥୀ ମିଳିଛନ୍ତି। ବାହାଘର ଦିନ ଅର୍ଶଦ ସେରୱାନି ପିନ୍ଧି ଏକ ଖୋଲା କାର୍ ଉପରେ ଛିଡ଼ା ହୋଇ ଆସିଥିଲେ।

ଅର୍ଶଦ କୁହନ୍ତି, ଲୋକମାନେ ମୋର ଉଚ୍ଚତାକୁ ନେଇ ଅନେକ ମନ୍ତବ୍ୟ ଦେଉଥିଲେ ମଧ୍ୟ ସଠିକ ଜୀବନ ସାଥୀଟିଏ ପାଇବାର ଆଶା ମୁଁ ହରାଇ ନଥିଲି। ବିବାହ କରିବା ପାଇଁ ସମ୍ମୁଖୀନ ହୋଇଥିବା ଆହ୍ୱାନଗୁଡ଼ିକ ବିଷୟରେ ବର୍ଣ୍ଣନା କରି କହିଥଲେ, “ପ୍ରାୟ ଚାରିମାସ ପୂର୍ବେ ଜଣେ ସମ୍ପର୍କୀୟ ଆମକୁ ଏକ ଝିଅ ବିଷୟରେ କହିଥିଲେ ଯାହାଙ୍କର ବୟସ କମ୍ ଥିଲା। ଯଦିଓ ମୁଁ ପ୍ରଥମେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲି। ମୋର ଉଚ୍ଚତା ହେତୁ ଉଭୟ ପରିବାର, ଆମର ସମ୍ପର୍କୀୟଙ୍କ ହସ୍ତକ୍ଷେପ ଦ୍ୱାରା ବିବାହ ସମ୍ଭବ ହୋଇଥିଲା ବୋଲି ସେ କହିଛନ୍ତି। ଉଭୟ ପରିବାର ଏହି ବିବାହକୁ ନେଇ ଅତ୍ୟନ୍ତ ଆନନ୍ଦିତ ଅଛନ୍ତି।

 

Share