Categories: ଜାତୀୟ

୧୫୦ କୋଟି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ: କଂଗ୍ରେସକୁ ଦାୟୀ କଲେ ମନ୍ତ୍ରୀ

ଚଣ୍ଡିଗଡ଼,୧୯।୮: ଚାଷୀମାନେ କ୍ଷେତରେ ନଡ଼ା ପୋଡ଼ିବା ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଥିଲା। ଏହାର ସମାଧାନ ପାଇଁ ପଞ୍ଜାବ ସରକାର ୨୦୧୮ରେ ୯୦,୪୨୨ ନଡ଼ା ପରିଚାଳନା ମେଶିନ୍‌ କିଣିଥିଲେ। ସେଥିରୁ ୧୧,୨୭୫ ମେଶିନ୍‌ ଗାଏବ ହୋଇଯାଇଛି, ଯାହାର ମୂଲ୍ୟ ୧୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ। ଏହାର ତଦନ୍ତ ଲାଗି ଏଏପି ସରକାର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବର କଂଗ୍ରେସ ସରକାର ସମୟରେ ଏହି ଦୁର୍ନୀତି ହୋଇଥିବା କୁହାଯାଉଛି। ମେଶିନ୍‌ କିଣିବା ଲାଗି କେନ୍ଦ୍ର ସରକାର ସବ୍‌ସିଡି ଯୋଗାଇଥିଲେ। ସେଗୁଡ଼ିକ କାଗଜପତ୍ରରେ ଦେଖାଯାଇଥିବା ବେଳେ ଚାଷୀଙ୍କ ପାଖରେ ପହଞ୍ଚତ୍ ନ ଥିବା କୃଷିମନ୍ତ୍ରୀ କୁଲ୍‌ଦୀପ ସିଂ ଧଲିଓ୍ବାଲ କହିଛନ୍ତି। ଏଥିପାଇଁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ କଂଗ୍ରେସକୁ ଦାୟୀ କରିଛନ୍ତି।

Share