Categories: ଜାତୀୟ

ଆମେରିକା ସେନାଙ୍କ ସହାୟତାରେ ଦୋହା ଯାଇଥିବା ୧୫୦ ଭାରତୀୟ ଫେରିବେ ସ୍ୱଦେଶ

ନୂଆଦିଲ୍ଲୀ,୧୯ ।୮: ଆଫଗାନିସ୍ତାନରୁ ଭାରତୀୟ ନାଗରିକଙ୍କୁ ବାହାରକୁ ଆଣିବା କାମ ପୁଣିଥରେ ଆରମ୍ଭ ହୋଇଛି । ଆମେରିକା ସେନା ଆଫଗାନିସ୍ତାନରୁ ପ୍ରାୟ ୧୫୦ ଭାରତୀୟଙ୍କୁ କତାର ଏୟାରୱେଜରେ ଦୋହା ପଠାଇ ଦେଇଥିଲେ । ଏବେ ଦୋହାରୁ ଏମାନେ ଦିଲ୍ଲୀ ଫେରିବେ ବୋଲି ସୂଚନା ମିଳିଛି । ଭଲ ଖବର ହେଲା କମର୍ସିଆଲ ଫ୍ଲାଇଟର ମୁଭମେଣ୍ଟ ଆରମ୍ଭ ହୋଇ ନ ଥିବାରୁ ଆମେରିକା ସେନାଙ୍କ ସହଯୋଗ ମିଳି ପାରିଲା । ସୁରକ୍ଷା କାରଣରୁ ଆଉ କିଛି ଖବର ଏପର୍ଯ୍ୟନ୍ତ ମିଳିପାରିନାହିଁ । ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଫଗାନିସ୍ତାନର ରାଜଧାନୀ କାବୁଲରୁ ଭାରତୀ ବାୟୁସେନା ଏକ ବିମାନ ଯୋଗେ ୧୫୦ ଭାରତୀୟଙ୍କୁ ନେଇ ଫେରିଥିଲା । ବାୟୁସେନାର ସି-୧୭ ବିମାନ କାବୁଲରୁ ସିଧା ଗୁଜରରାଟର ଜାମନଗର ପହଞ୍ଚିଥିଲା । ପରେ ସେଠାରୁ ନାଗରିକଙ୍କୁ ଗାଜିଆବାଦ ନିଆଯାଇଥିଲ।।

Share