Categories: ଜାତୀୟ

ବିଏସ୍‌ଏଫ୍‌କୁ ମିଳିଲା ପାକିସ୍ତାନ ନିର୍ମିତ ଗୁପ୍ତ ସୁଡ଼ଙ୍ଗ

ଜମ୍ମୁ,୧୩।୧: ଭାରତ-ପାକ ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ନିର୍ମିତ ୧୫୦ ମିଟର ଲମ୍ବା ସୁଡଙ୍ଗ ଠାବ କରିଛି ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)। ବିଏସ୍‌ଏଫ୍‌ ଯବାନମାନେ ଜମ୍ମୁର କାଠୁଆ ଜିଲାର ହୀରନଗର ସେକ୍ଟରରେ ଏହି ସୁଡ଼ଙ୍ଗ ଠାବ କରିଛନ୍ତି। ଏଥିରୁ ଏକ ବଡ଼ ଆତଙ୍କବାଦୀ ଆକ୍ରମଣର ସମ୍ଭାବନାକୁ ଏଡ଼ାଇ ଦିଆଯାଇଛି।

ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଗୁପ୍ତ ସୁଡ଼ଙ୍ଗ ଦେଇ ପାକିସ୍ତାନ ତା’ର ତାଲିମପ୍ରାପ୍ତ ଆତଙ୍କବାଦୀଙ୍କୁ ପଠାଇବାକୁ ଯୋଜନା କରିଥିଲା। ତେବେ ଭାରତ-ପାକ୍‌ ସୀମାରେ ଗତ ୬ ମାସ ମଧ୍ୟରେ ମିଳିଥିବା ଏହା ତୃତୀୟ ସୁଡ଼ଙ୍ଗ । ଏଥିପୂର୍ବରୁ ଗତ ନଭେମ୍ବରରେ ପାକ୍‌ ର୍ନିମିତ ଦୁଇଟି ଗୁପ୍ତ ସୁଡ଼ଙ୍ଗ ସାମ୍ବା ଓ କାଠୁଆ ଜିଲାରେ ଖୋଜି ବାହାର କରିଥିଲା ଭାରତୀୟ ସୁରକ୍ଷା ବଳ। ହୀରନଗର ସେକ୍ଟରସ୍ଥିତ ବବିୟାନ ଗ୍ରାମରେ ଏକ ୧୫୦ ମିଟର ଲମ୍ବା ସୁଡ଼ଙ୍ଗ ବିଏସ୍‌ଏଫ୍‌ ପେଟ୍ରୋଲ ଟିମ୍‌କୁ ବୁଧବାର ସକାଳେ ମିଳିଛି ବୋଲି ବିଏସ୍‌ଏଫ୍‌ର ଆଇଜି ଏନ୍‌. ଏସ୍‌. ନମଓ୍ବାଲ କହିଛନ୍ତି।

Share