Categories: ଜାତୀୟ

ଏଲ୍‌ଓସିରେ ୧୫୦ ମିଟର ଲମ୍ବ ସୁଡ଼ଙ୍ଗ ଠାବ

ଶ୍ରୀନଗର,୧୩।୧: ପାକିସ୍ତାନର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ବୁଧବାର କଠୁଆ ଜିଲାର ଏଲ୍‌ଓସି ନିକଟବର୍ତ୍ତୀ ବୋବିଆ ଗାଁରେ ଏହି ସୁଡ଼ଙ୍ଗଠାବ ହୋଇଛି। ଏହାର ଲମ୍ବ ୧୫୦ ମିଟର ବୋଲି ବିଏସ୍‌ଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଡ଼ଙ୍ଗ ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ସମ୍ମୁଖଠାରୁ ଏହି ସୁଡ଼ଙ୍ଗ ନିର୍ମିତ ହୋଇଛି। ପୋଲିସ ଏବଂ ବିଏସ୍‌ଏଫ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Share