Posted inଜାତୀୟ

୮୦% ଶୁଖିଗଲାଣି ୧୫୦ ଜଳଭଣ୍ଡାର

ନୂଆଦିଲ୍ଲୀ,୨୨ା୬(ପି.ଟି.): ସାରା ଦେଶରେ କିଛି ସପ୍ତାହ ହେଲା ପ୍ରଚଣ୍ଡ ଗ୍ରୀଷ୍ମଲହରି ପ୍ରବାହିତ ହେଉଥିବାବେଳେ ଉତ୍କଟ ଜଳ ସମସ୍ୟା ସ୍ଥିତିକୁ ଅଧିକ ସଙ୍ଗିନ୍‌ କରିଛି। ଦେଶର ୧୫୦ଟି ପ୍ରମୁଖ ଜଳଭଣ୍ଡାରରେ ମୋଟ ଜଳ ପରିମାଣ ୨୧ ପ୍ରତିଶତକୁ ହ୍ରାସ ପାଇଛି। ଅର୍ଥାତ୍‌ ଜଳଭଣ୍ଡାରଗୁଡ଼ିକ ପାଖାପାଖି ୮୦ ପ୍ରତିଶତ ଶୁଖିଗଲାଣି। ଫଳରେ ଦିଲ୍ଲୀ, ବେଙ୍ଗାଲୁରୁ ସମେତ ବିଭିନ୍ନ ସହରରେ ଜଳାଭାବ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେବଳ ପାନୀୟ ଜଳଯୋଗାଣ ନୁହେଁ, ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ଜଳଭଣ୍ଡାରଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ସଦ୍ୟତମ ବୁଲେଟିନ୍‌ରେ ୧୫୦ ପ୍ରମୁଖ ଜଳଭଣ୍ଡାର ଷ୍ଟୋରେଜ୍‌ ସ୍ଥିତି ସମ୍ପର୍କରେ ତଥ୍ୟ ଦେଇଛନ୍ତି। ସେଗୁଡ଼ିକର ମୋଟ ଜଳ ପରିମାଣ ୧୭୮.୭୮୪ ବିଲିୟନ ଘନମିଟର (ବିସିଏମ୍‌), ଯାହାକି ଦେଶର ମୋଟ ଲାଇଭ୍‌ ଷ୍ଟୋରେଜ୍‌ ସାମର୍ଥ୍ୟର ୬୯.୩୫ ପ୍ରତିଶତ। ଗୁରୁବାର ସେଥିରେ ମୋଟ ଉପଲବ୍ଧ ଜଳ ପରିମାଣ ୩୭.୬୬୨ ବିସିଏମ୍‌ ରହିଥିଲା, ଯାହାକି ସେମାନଙ୍କ ମୋଟ ଜଳଧାରଣ କ୍ଷମତାର ୨୧ ପ୍ରତିଶତ। ଗତବର୍ଷର ଏହି ସମୟ ତୁଳନାରେ ଚଳିତ ବର୍ଷ ଜଳଭଣ୍ଡାରଗୁଡ଼ିକର ଜଳ ପରିମାଣ ଯଥେଷ୍ଟ ହ୍ରାସ ପାଇଛି। ଗତବର୍ଷ ଏହି ସମୟରେ ମୋଟ ଉପଲବ୍ଧ ଜଳ ପରିମାଣ ଥିଲା ୪୬.୮୮୩ ବିସିଏମ୍‌। ଚଳିତ ବର୍ଷ ଜଳଭଣ୍ଡାରଗୁଡ଼ିକର ଜଳ ପରିମାଣ ଗତ ୧୦ ବର୍ଷର ହାରାହାରି ଷ୍ଟୋରେଜ୍‌ ପରିମାଣ ୪୧.୪୪୬ ବିସିଏମ୍‌ରୁ ମଧ୍ୟ କମ୍‌ ରହିଛି। ଗଚ୍ଛିତ ଜଳ ଗତବର୍ଷର ସ୍ତରର ୮୦ ପ୍ରତିଶତ ହୋଇଥିବାବେଳେ ସ୍ବାଭାବିକ ଷ୍ଟୋରେଜ୍‌ର ୯୧ ପ୍ରତିଶତ।
ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବରୁ ଦେଶରେ ଗ୍ରୀଷ୍ମଲହରି ବୃଦ୍ଧି ପାଇଛି। ଫଳରେ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଭାଗରେ ଜଳ ସଙ୍କଟ ସୃଷ୍ଟି ହୋଇଛି। ଦକ୍ଷିଣ ଭାରତୀୟ ଅଞ୍ଚଳର ଜଳଭଣ୍ଡାରଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ନାଟକ, କେରଳ ଏବଂ ତାମିଲନାଡୁରେ ୪୨ଟି ଜଳଭଣ୍ଡାର ରହିଥିବାବେଳେ ମୋଟ ଜଳ ସାମର୍ଥ୍ୟ ୫୩.୩୩୪ ବିସିଏମ୍‌। ତେବେ ବର୍ତ୍ତମାନ ସେଠାରେ ଉପଲବ୍ଧ ଜଳ ପରିମାଣ ୮.୫୦୮ ବିସିଏମ୍‌ ରହିଛି; ଯାହାକି ସାମର୍ଥ୍ୟର ୧୬ ପ୍ରତିଶତ। ଗତବର୍ଷ ସେଗୁଡ଼ିକର ଜଳ ପରିମାଣ ୨୧ ପ୍ରତିଶତ ରହିଥିଲାବେଳେ ସ୍ବାଭାବିକ ଷ୍ଟୋରେଜ୍‌ ୨୦ ପ୍ରତିଶତ। ଉତ୍ତର ଭାରତୀୟ ରାଜ୍ୟ ହିମାଚଳପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନରେ ରହିଥିବା ୧୦ଟି ଜଳଭଣ୍ଡାର ମୋଟ ଜଳ ସାମର୍ଥ୍ୟ ୧୯.୬୬୩ ବିସଏମ୍‌ ହୋଇଥିବାବେଳେ ଏବେ ୫.୪୮୮ ବିସିଏମ୍‌ ରହିଛି ଅର୍ଥାତ୍‌ ମୋଟ ଜଳଧାରଣ କ୍ଷମତାର ୨୮ ପ୍ରତିଶତ। ଗତବର୍ଷ ତାହା ୩୯ ପ୍ରତିଶତ ରହିଥିଲା। ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା, ଆସାମ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତ୍ରିପୁରା, ନାଗାଲାଣ୍ଡ ଏବଂ ବିହାରରେ ୨୩ଟି ଜଳଭଣ୍ଡାର ରହିଥିବାବେଳେ ଏହାର ମୋଟ ଜଳଧାରଣ ସାମର୍ଥ୍ୟ ୨୦.୪୩୦ ବିସିଏମ୍‌। କିନ୍ତୁ ଏବେ ଉପଲବ୍ଧ ଅଛି ୩.୮୭୩ ବିସିଏମ୍‌, ଯାହାକି ୧୯ ପ୍ରତିଶତ। ପୂର୍ବବର୍ଷ ଜଳ ପରିମାଣ ୧୮ ପ୍ରତିଶତ ଥିବାବେଳେ ଚଳିତ ବର୍ଷ ସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଛି। ଏହି ରିଜର୍ଭୟରଗୁଡ଼ିକର ସ୍ବାଭାବିକ ଜଳ ପରିମାଣ ୨୩ ପ୍ରତିଶତ।
ପଶ୍ଚିମ ଭାଗରେ ଥିବା ଗୁଜରାଟ, ମହାରାଷ୍ଟ୍ରରେ ୪୯ ଜଳଭଣ୍ଡାର ରହିଥିବାବେଳେ ମୋଟ ଜଳ ସାମର୍ଥ୍ୟ ୩୭.୧୩୦ ବିସିଏମ୍‌। ବର୍ତ୍ତମାନ ସେଠାରେ ୭.୬୦୮ ବିସିଏମ୍‌ ଅର୍ଥାତ୍‌ ୨୦.୪୯ ପ୍ରତିଶତ ଜଳ ରହିଛି। ଗତବର୍ଷ ଜଳ ପରିମାଣ ୨୪ ପ୍ରତିଶତ ରହିଥିଲା। କେନ୍ଦ୍ରୀୟ ଅଞ୍ଚଳ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ୨୬ ଜଳଭଣ୍ଡାର ମୋଟ ସାମର୍ଥ୍ୟ ୪୮.୨୨୭ ବିସିଏମ୍‌ ହୋଇଥିବାବେଳେ ୧୨.୧୮୫ ବିସିଏମ୍‌କୁ ଅର୍ଥାତ୍‌ ୨୫ ପ୍ରତିଶତକୁ ଖସିଆସିଛି। ଗତବର୍ଷ ତାହା ୩୨ ପ୍ରତିଶତ ରହିଥିଲା। ଚଳିତ ବର୍ଷର ମୋଟ ଉପଲବ୍ଧ ଜଳ ପରିମାଣ ଗତବର୍ଷ ତୁଳନାରେ ଏବଂ ସ୍ବାଭାବିକ ଜଳ ପରିମାଣଠାରୁ କମ୍‌ ରହିଛି। କେବଳ ଗଙ୍ଗା, ବ୍ରହ୍ମପୁତ୍ର, ସାବରମତୀ, ନର୍ମଦା, ତାପ୍ତି ଓ ଅନ୍ୟ କେତେକ ନଦୀରେ ସ୍ବାଭାବିକଠାରୁ ଭଲ ଜଳ ରହିଛି। ଅନ୍ୟପକ୍ଷରେ ବ୍ରାହ୍ମଣୀ, ବୈତରଣୀ, କ୍ରିଷ୍ଣା, ମହାନଦୀ, ଗୋଦାବରୀ, କାବେରୀ ଓ ଅନ୍ୟ ନଦୀଗୁଡ଼ିକର ଅବବାହିକାରେ ଜଳ ସଙ୍କଟ ଦେଖାଦେଇଛି। ଆସାମ, ଝାଡ଼ଖଣ୍ଡ, ତ୍ରିପୁରା, ବିହାର, ଉତ୍ତରାଖଣ୍ଡ, କର୍ନାଟକ ଓ କେରଳରେ ଜଳଭଣ୍ଡାଗୁଡ଼ିକରେ ଗତବର୍ଷ ତୁଳନାରେ ଅଧିକ ଜଳ ରହିଥିବାବେଳେ ହିମାଚଳପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଜଳ ପରିମାଣ ବହୁତ କମ୍‌ ରହିଥିବା ଜଳ ଆୟୋଗଙ୍କ ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ମୁଖ୍ୟ ଦାବିକୁ ଗ୍ରହଣ କଲେ ସରକାର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

‘ରାହୁଲଙ୍କ ଜିଭ କାଟିଲେ ୧୧ ଲକ୍ଷ ପୁରସ୍କାର ଦେବି’, ଶିବସେନା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ମୁମ୍ବାଇ, ୧୬।୯: ମହାରାଷ୍ଟ୍ରର ଶିବଶେନା ବିଧାୟକ ସଞ୍ଜୟ ଗାଏକ୍ୱାଡ୍‌ ସୋମବାର ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି।...

କଶ୍ମୀର ନିର୍ବାଚନ: ଆସିଲା କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଜାଣନ୍ତୁ କ’ଣ ସବୁ ରହିଛି ପ୍ରତିଶ୍ରୁତି…

ଶ୍ରୀନଗର,୧୬ା୯: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ସୋମବାର ଦଳୀୟ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ କୃଷକ, ମହିଳା ଏବଂ ଯୁବବର୍ଗଙ୍କ ପାଇଁ ଅନେକ...

ମମତାଙ୍କ ସହ ଆଲୋଚନାରେ ଯୋଗଦେଲେ ଡାକ୍ତର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

ଆତଙ୍କବାଦକୁ ପାତାଳରେ କବର ଦେବୁ: ଜମ୍ମୁ କଶ୍ମୀରରେ ଗର୍ଜିଲେ ଶାହା

ଶ୍ରୀନଗର,୧୬।୯: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ ଚରମ ସୀମାରେ ରହିଛି। ନିର୍ବାଚନ ପୂର୍ବରୁ ରାଜନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରି ଭୋଟରଙ୍କୁ...

ଆଗାମୀ ୧୦୦୦ ବର୍ଷ ପ୍ଲାନିଂର ଖୁଲାସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୯: ମୋଦି ୩.୦ର ୧୦୦ ଦିନ ସମାପ୍ତ ହୋଇଛି। ଗୁଜରାଟର ଗାନ୍ଧୀ ନଗରରେ ଆୟୋଜିତ ହୋଇଥିବା ‘ଗ୍ଲୋବାଲ ରିନ୍ୟୁଆଲ ଏନର୍ଜି ଇନଭେଷ୍ଟର୍ସ ମିଟ ଆଣ୍ଡ ଏକ୍ସପୋ’ର...

ଉଦ୍‌ଘାଟନ ପୂର୍ବରୁ ବନ୍ଦେ ମେଟ୍ରୋର ବଦଳିଲା ନାଁ

ନୂଆଦିଲ୍ଲୀ,୧୬।୯: ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନର ନାମ ଉଦଘାଟନ ପୂର୍ବରୁ ବଦଳିଛି। ଏହାର ନାମ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲଓ୍ବେ ପକ୍ଷରୁ...

ପୂର୍ବରୁ ଫେଲ ମାରିବା ପରେ କାହିଁକି ପୁଣିଥରେ ଡାକ୍ତରଙ୍କୁ ବୈଠକ ପାଇଁ ଡାକିଲେ ମମତା

କୋଲକାତା,୧୬।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ମାମଲାରେ ଆଜିବି ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri