ହାଇଦ୍ରାବାଦ,୧୬।୭: ବିଷାକ୍ତ ଖାଦ୍ୟ ଖାଇ ତେଲଙ୍ଗାନା ନିର୍ମଲ ଜିଲାର ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍ ନଲେଜ୍ ଟେକ୍ନୋଲୋଜିର ୧୫୦ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରିକି ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍ ହଷ୍ଟେଲରେ ପହଞ୍ଚିଥିବା ତେଲଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ ଟି. ହରିଶ ରାଓ କହିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଅଧିକାଂଶ ପିଲା ସୁସ୍ଥ ହୋଇଥିବା ଜଣାପଡ଼ିଛି। ତେବେ ଶୁକ୍ରବାର ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ତରକାରୀ ସହ ଭାତ ଦିଆଯାଇଥିବା ବେଳେ ୬୦୦ ଛାତ୍ରୀଛାତ୍ର ଭୋଜନ କରିଥିଲେ। ଅନ୍ୟପକ୍ଷେ ପ୍ରଶାସନ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।