ପ୍ରଥମ ଦିନରେ ଶାନ୍ତିସ୍ତୂପ ବୁଲିଲେ ୧୫୦୦ପର୍ଯ୍ୟଟକ

ପୁରୁଣା ଭୁବନେଶ୍ୱର,୧୮ା୧୦: (ଡି.ଏନ୍‌.ଏ.)କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୭ମାସ ହେଲା ବନ୍ଦ ଥିବା ଶାନ୍ତିସ୍ତୂପ ଧଉଳି ଶୁକ୍ରବାରଠାରୁ ଖୋଲାଯାଇଛି। ପ୍ରଥମ ଦିନରେ ପ୍ରାୟ ୩୦୦ ପର୍ଯ୍ୟଟକ ଧଉଳି ବୁଲିଥିବା ବେଳେ, ଶନିବାର ୬୦୦ ଏବଂ ରବିବାର ମଧ୍ୟ ୬୦୦ ପର୍ଯ୍ୟଟକ ଧଉଳି ବୁଲିଥିବା ଧଉଳି ଉନ୍ନୟନ କମିଟି ପକ୍ଷରୁ ଜଣାପଡ଼ଛି। ଏମାନଙ୍କ ମଧ୍ୟରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ପର୍ଯ୍ୟଟକ ରହିଛନ୍ତି। ଗେଟ ନିକଟରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ବ୍ୟବସ୍ଥା କରାଯାଇଛି। ସୂଚନାଥାଉକି, ଗତ ମାର୍ଚ୍ଚ ୧୫ ତାରିଖରୁ ସର୍ବସାଧାରଣଙ୍କ ନିମନ୍ତେ ଶାନ୍ତିସ୍ତୂପ ଧଉଳି ବନ୍ଦ କରାଯାଇଥିଲା। ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ପର୍ଯ୍ୟଟନ କ୍ଷେତ୍ର ଧଉଳିକୁ ସର୍ବସାଧାରଣ ତଥା ପର୍ଯ୍ୟଟକଙ୍କ ନିମନ୍ତେ ଗତ ୧୬ତାରିଖରୁ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିିଗ୍ରାହୀ କହିଛନ୍ତି।

Share