ଅଟକିଛି ୧,୫୦୦ ଟ୍ରକ୍‌

ଲଣ୍ଡନ, ୨୩।୧୨: ପରିବହନ କଟକଣା ଲାଗୁ ହେବା ପରେ ବ୍ରିଟେନ୍‌ରେ ଖାଦ୍ୟସଙ୍କଟ ଆଶଙ୍କା କରାଯାଉଛି। ଫ୍ରାନ୍ସ ଯିବାକୁ ଥିବା ୧,୫୦୦ରୁ ଊର୍ଦ୍ଧ୍ୱ ଟ୍ରକ୍‌ ମଙ୍ଗଳବାର ସକାଳେ ବ୍ରିଟେନ୍‌ରେ ଅଟକ ରହିଥିଲା। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ବିଭିନ୍ନ ଦେଶ ସେଠାକୁ ଯାତାୟାତ ଉପରେ କଟକଣା ଲଗାଇଛନ୍ତି। ଫ୍ରାନ୍ସ ରବିବାର ରାତିରୁ ୪୮ ଘଣ୍ଟା ପାଇଁ ବ୍ରିଟେନ୍‌ ଟ୍ରକ୍‌ ପ୍ରବେଶ ଉପରେ କଟକଣା ଲଗାଇଥିଲା। ମାଲ୍‌ ପରିବହନକୁ ସ୍ବାଭାବିକ କରିବା ପାଇଁ ଫ୍ରାନ୍ସ ସରକାରଙ୍କ ସହ ଆଲୋଚନା ଚାଲିଥିବା ଗୃହ ସଚିବ ପ୍ରୀତି ପଟେଲ କହିଛନ୍ତି।

Share