୫ ବର୍ଷରେ ୧୫,୦୦୦କୋଟିର ଋଣ ବଣ୍ଟନ

ନୂଆଦିଲ୍ଲୀ,୨୩।୮:ଘରୋଇ ବଜାରରେ ବର୍ତ୍ତମାନ ଋଣ ବଣ୍ଟନ ଓ ପ୍ରଦାନକୁ ନେଇ ଡିଜିଟାଲ ପ୍ଲାଟ୍‌ଫର୍ମଗୁଡିକ ପ୍ରତିଯୋଗିତାମୂଳକ ସୁଧ ହାରରେ ଋଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏପରିକି ଦେଶର ପ୍ରମୁଖ ଡିଜିଟାଲ ଆର୍ଥିକ ନେଣଦେଣକାରୀ ସଂସ୍ଥା ଭାରତ ପେ ମଧ୍ୟ ତା’ର ମର୍ଚ୍ଚାଣ୍ଟ ସହଭାଗୀଙ୍କ ଲାଗି ଡିଜିଟାଲ ପ୍ଲାଟ୍‌ଫର୍ମ ଜରିଆରେ ସୁରକ୍ଷିତ ଋଣ ସୁବିଧା ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏପରିକି ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ଦୁଇଚକିଆ ଯାନ ଋଣ ଓ ମ୍ୟୁଚୁଆଲ ଫଣ୍ଡ ବିପକ୍ଷରେ ତା’ର ବିଦ୍ୟମାନ ଗ୍ରାହକଙ୍କୁ ଋଣ ଦେବ। ଏହା ବ୍ୟତୀତ କମ୍ପାନି ଭୋଲଟ ମନି ସହଭାଗିତାରେ ରଣ ସୁବିଧା ଯୋଗାଇଦେବ ଏବଂ ମର୍ଚ୍ଚାଣ୍ଟ ସହଭାଗୀଙ୍କ ଲାଗି ମ୍ୟୁଚୁଆଲ ଫଣ୍ଡ ବିପକ୍ଷରେ ଋଣ ସୁବିଧା ପାଇଁ ଭୋଲଟ ମନି ସହିତ ସହଭାଗିତା ମଧ୍ୟ କରିଛି। ସେହିଭଳି କମ୍ପାନୀ ତା’ର ବହୁମୁଖୀ ଉପତ୍ାଦର ପ୍ରସାର ଓ ମଲ୍‌ଟି ଲେଣ୍ଡର ସୁବିଧାକୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସାରିତ କରିବ। ଉଭୟ ଦୁଇଚକିଆ ଯାନ ଋଣ ଓ ମ୍ୟୁଚୁଆଲ ଫଣ୍ଡ ବିପକ୍ଷରେ ଋଣ ଭାରତ ପେ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେବ ଏବଂ କମ୍ପାନୀ ପକ୍ଷରୁ ତା’ର ମର୍ଚ୍ଚାଣ୍ଟଙ୍କ ଲାଗି ବହୁ ପ୍ରକାର ସୁବିଧା ସୁଯୋଗ ମଧ୍ୟ ପ୍ଲାଟ୍‌ଫମ ଜରିଆରେ ରଖାଯାଇଛି। ଭାରତ ପେ ମର୍ଚ୍ଚାଣ୍ଟ ବର୍ତ୍ତମାନ ପ୍ରତିଯୋଗିତାମୂଳକ ସୁଧ ହାରରେ ଦୁଇଚକିଆ ଯାନ ଲାଗି ୨.୫ ଲକ୍ଷ ଋଣ ପ୍ରଦାନ କରିବ। ଏପରିକି ଋଣ ଆବେଦନ ପ୍ରକ୍ରିୟା ୧୦୦% ଡିଜିଟାଲ ଓ ଏହାର ପରିଶୋଧକୁ ୧୨ ରୁ ୪୮ମାସ ମଧ୍ୟରେ ପ୍ରଦାନ ଲାଗି ମର୍ଚ୍ଚାଣ୍ଟମାନେ ମଧ୍ୟ ବାଛିପାରିବେ। ମ୍ୟୁଚୁଆଲ ଫଣ୍ଡ ବିପକ୍ଷରେ ଋଣ ପାଇଁ ଭାରତ ପେ’ର ମର୍ଚ୍ଚାଣ୍ଟମାନେ ଏଥିପାଇଁ ୧କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିପାରିବେ।
ଏ ସମ୍ପର୍କରେ ଭାରତ ପେ’ର ସିଇଓ ନଳୀନ ନେଗୀ କହିଛନ୍ତି, ମର୍ଚ୍ଚାଣ୍ଟଙ୍କୁ ନୂଆ ନୂଆ ସୁଯୋଗ ପ୍ରଦାନ ଲାଗି ୨୦୧୮ରେ ଭାରତ ପେ ଆରମ୍ଭ ହୋଇଥିଲା। ଗତ କିଛି ବର୍ଷ ମଧ୍ୟରେ ଆମେ ଆମ କାର୍ଯ୍ୟ ପରିସରରେ ଯଥେଷ୍ଟ ଉନ୍ନତି କରିଛୁ। ଏପରିକି ୫ ବର୍ଷ ମଧ୍ୟରେ ୧୫,୦୦୦ କୋଟିରୁ ଅଧିକ ଋଣ ବିତରଣ କରିଛୁ। ଓଟିଓ କ୍ୟାପିଟାଲ ଓ ଭୋଲଟ ମନିକୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି, ଯିଏ କି ଆମ ସହିତ ହାତ ମିଳାଇ ଆମର ୧.୩କୋଟିରୁ ଅଧିକ ମର୍ଚ୍ଚାଣ୍ଟ ପାର୍ଟନରଙ୍କ ପାଇଁ ଋଣ ସୁବିଧାକୁ ପ୍ରସାରିତ କରିଛନ୍ତି। ଏହାଦ୍ୱାରା ଏକ ବ୍ୟାପକ ଋଣ ପୋର୍ଟଫୋଲିଓ ସୃଷ୍ଟିହେବ। ଏହି ମାସ ଋଣ ବର୍ଗରେ ଆମେ ବହୁ ସୁରକ୍ଷିତ ଋଣ ବୈଶିଷ୍ଟ୍ୟ ଯୋଗକରିଛୁ। ଆଗାମୀ ମାସଗୁଡ଼ିକରେ ଆମେ ନିଜର ମର୍ଚ୍ଚାଣ୍ଟ ସହଭାଗୀଙ୍କୁ ଅଧିକ ସଶକ୍ତ କରିବାକୁ ଆଶାବାଦୀ ରହିଛୁ।
ଓଟିଓ କ୍ୟାପିଟାଲର ସିଇଓ ସୁମିତ ଚାଜେଡ୍‌ କହିଛନ୍ତି, ଗତିଶୀଳତା ଦ୍ୱାରା ଜୀବନରେ ପରିବର୍ତ୍ତନ ଆସିଥାଏ। ଏପରିକି ଆମେ ଆମର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ମିଳିତ ଭାବେ ସହଭାଗିତା ଜରିଆରେ ଭାରତର ଔଦ୍ୟୋଗିକତା ସଶକ୍ତୀକରଣ ଲାଗି କାର୍ଯ୍ୟ କରୁଛୁ। ଆମର ଲକ୍ଷ୍ୟ ହେଉଛି,ଭାରତରେ ଆଶାୟୀ ବ୍ୟକ୍ତିଙ୍କୁ ସୁବିଧାରେ ଦୁଇଚକିଆ ଯାନ ଋଣ ଉପଲବ୍ଧ କରାଇବା।
ଭୋଲଟ ମନିର କୋ-ଫାଉଣ୍ଡର ତଥା ସିବିଓ ଭାରତ ଲାମ୍ବା କହିଛନ୍ତି, ଭାରତ ପେ ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏକ କମ୍ପାନୀ ଭାବେ ଆମେ ଭାରତ ପେ ଅଭିଯାନ ସହ ମିଶି ଭାରତୀୟ ମର୍ଚ୍ଚାଣ୍ଟଙ୍କ ଲାଗି ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଦିଗରେ ପ୍ରୟାସ ଜାରି ରଖିବୁ।
ମ୍ୟୁଚୁଆଲ ଫଣ୍ଡ ବିପକ୍ଷରେ ତୁରନ୍ତ ଋଣ ପ୍ରଦାନ ଲାଗି ଆମେ ଶର୍ଟଟର୍ମ ଲିକ୍ୟୁଡିଟି ଓ ଏମ୍‌ଏସ୍‌ଏମ୍‌ଇର କାର୍ଯ୍ୟକାରୀ ଆବଶ୍ୟକୀୟ ପୁଞ୍ଜି ବ୍ୟବସ୍ଥା କରିବୁ। ଆମର ଏହି ସହଯୋଗ ଭାରତ ପେର ବ୍ୟାପକ ମର୍ଚ୍ଚାଣ୍ଟଙ୍କ ସୁବିଧା ପାଇଁ ସହାୟତା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ସ୍ତରରେ ସେବା ଦିବସ ପାଳିତ, ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ: ଶାଲୁ ଜିନ୍ଦଲ

ନୂଆଦିଲ୍ଲୀ,୨୩।୧୦: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ସାମାଜିକ ପ୍ରତିଷ୍ଠାନ (ସଙ୍ଗଠନ) ଜିନ୍ଦଲ ଫାଉଣ୍ଡେଶନ ପକ୍ଷରୁ ଫାଉଣ୍ଡେଶନର ଅଧ୍ୟକ୍ଷା ତଥା ବିଶିଷ୍ଟ ସାମାଜିକ କର୍ମୀ ଏବଂ...

ରିଲାଏନ୍ସ ‘ସ୍ମାର୍ଟ ବଜାର ହୋଇଯିବ ‘ରାଶନ ଦୋକାନ’ ! ଏ ହେଉଛି ମୁକେଶ ଅମ୍ବାନୀଙ୍କ ବଡ଼ ପ୍ଲାନ୍‌ 

ନୂଆଦିଲ୍ଲୀ,୨୩।୧୦: ରାଶନ ଦୋକାନ/ଡିଲର୍‌ଙ୍କ ପାଖରେ ଶସ୍ତାରେ ଚିନି, ଡାଲି, ଗହମ ଏବଂ ଚାଉଳ ଭଳି ସାମଗ୍ରୀ ଉପଲବ୍ଧ ହୋଇଥାଏ। ଆଗାମୀ ଦିନରେ ଉଦ୍ୟୋଗପତି ମୁକେଶ ଅମ୍ବାନୀ...

ଜିଓର ଦୀପାବଳି ଅଫର, ମାତ୍ର ଏତିକି ଟଙ୍କାରେ ମିଳିବ ଅନଲିମିଟେଡ ୫ଜି ଡାଟା

ନୂଆଦିଲ୍ଲୀ,୨୩।୧୦: ଦେଶର ଲୋକପ୍ରିୟ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଦୀପାବଳି ଅଫର ଭାବରେ ମାଗଣା ଇଣ୍ଟରନେଟ ସୁବିଧା ଯୋଗାଉଛି। ଏହାପୂର୍ବରୁ ସେପ୍ଟେମ୍ବରରେ କମ୍ପାନୀ ଏୟାରଫାଇବର ସହିତ...

ପ୍ରିମିୟମ ବ୍ରାଣ୍ଡ୍‌ ଉପରେ ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ,୨୩।୧୦: ଚଳିତ ପାର୍ବଣ ଋତୁରେ ପ୍ରତ୍ୟେକ ଅବସରକୁ ସ୍ବତନ୍ତ୍ର କରିବା ପାଇଁ ଗ୍ରାହକମାନେ ଆମାଜନ ଡଟ୍‌ ଇନ୍‌ର ଫେଷ୍ଟିଭ ଗିଫ୍ଟିଙ୍ଗ ଷ୍ଟୋରକୁ ଅନ୍ବେଷଣ କରିପାରିବେ। ଏପରିକି...

ଖସିଲା ଶେୟାର ବଜାର

ମୁମ୍ବାଇ,୨୩।୧୦: କ୍ରମାଗତ ଭାବେ ଦ୍ୱିତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ...

ଓଡ଼ିଶା ବଜାରରେ ଜିନ୍ଦଲ ପାନ୍ଥର ସିମେଣ୍ଟ

ଭୁବନେଶ୍ୱର,୨୩।୧୦(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ସହାୟକ କମ୍ପାନୀ ଜିନ୍ଦଲ ପାନ୍ଥର ସିମେଣ୍ଟ (ଜେପିସି)...

ଲାଇଫ୍‌ ଷ୍ଟାଇଲର ଅଲ୍‌ ନ୍ୟୁ କଲେକ୍ସନ

ନୂଆଦିଲ୍ଲୀ,୨୩।୧୦: ଲାଇଫ୍‌ଷ୍ଟାଇଲ୍‌’ର ଅଲ ନ୍ୟୁ କଲେକ୍ସନର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଚଳିତ ପାର୍ବଣ ଋତୁର ସ୍ବତନ୍ତ୍ର ଫେଷ୍ଟିଭ କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।...

୭% ରହିବ ଜିଡିପି ଅଭିବୃଦ୍ଧି ହାର

ଭୁବନେଶ୍ୱର,୨୩ା୧୦(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର(ଜିଡିପି) ଆକଳନକୁ ୭% ସ୍ଥିର ରଖିଛି। ଏହା ଜୁଲାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri