ବର୍ଷକ ମଧ୍ୟରେ କାନାଡା ଯାଇଛନ୍ତି ୧୫୦୦୦ ଭାରତୀୟ, କାରଣ ଜାଣିଲେ…

ଓଟାଓ୍ବା,୩୦ା୮: ଭାରତରେ ଚାକିରି ସଙ୍କଟ ମଧ୍ୟରେ ଗତ ଏକ ବର୍ଷରେ ୧୫୦୦୦ରୁ ଅଧିକ ବୈଷୟିକ କର୍ମଚାରୀ କାନାଡାରେ ପହଞ୍ଚଛନ୍ତି। ରିପୋର୍ଟ ଅନୁଯାୟୀ, ଏପ୍ରିଲ ୨୦୨୨ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୧୫୦୦୦ରୁ ଅଧିକ ବୈଷୟିକ କର୍ମଚାରୀ ଚାକିରି ଖୋଜିବା ପାଇଁ କାନାଡା ଯାଇଛନ୍ତି।

ରିପୋର୍ଟରେ ଦର୍ଶାଯାଇଛି ଯେ, କାନାଡାର ଟେକ୍ନୋଲୋଜି କ୍ଷେତ୍ରରେ ଚାକିରି ପାଇଁ ଭଲ ସୁଯୋଗ ଅଛି। ଏହା ହେଉଛି ଏକ ବର୍ଷ ମଧ୍ୟରେ ଏତେ ସଂଖ୍ୟକ ଭାରତୀୟ ବୈଷୟିକ କର୍ମଚାରୀ କାନାଡା ଯିବା।

ଟେକ୍ନୋଲୋଜି କାଉନସିଲ୍‌ ଅଫ୍‌ ନର୍ଥ ଆମେରିକା (TECNA) ଏବଂ କାନାଡା ଟେକ୍‌ ନେଟଓ୍ବାର୍କ (CTN)ର ମିଳିତ ରିପୋର୍ଟରେ ଦର୍ଶାଯାଇଛି, ଟେକ୍ନୋଲୋଜି କ୍ଷେତ୍ରରେ ଚାକିରି କରିବାରେ କାନାଡା ଏକ ପ୍ରମୁଖ ଯୋଗଦାନକାରୀ ଭାବରେ ଉଭା ହୋଇଛି।

ରିପୋର୍ଟ ଅନୁଯାୟୀ, ଭାରତର ୩୨୦୦୦ରୁ ଅଧିକ ବୃତ୍ତିଗତଙ୍କ ମଧ୍ୟରୁ ୧୫,୦୯୭ ଜଣ କାନାଡାକୁ ଚୟନ କରିଛନ୍ତି। ଅର୍ଥାତ୍‌ ଅନେକ ଲୋକ କାନାଡାରେ କାମ କରିବାକୁ ପସନ୍ଦ କରିଥିଲେ। ତେବେ କାନାଡା କେବଳ ଭାରତୀୟଙ୍କ ପସନ୍ଦ ନୁହେଁ, ଆଫ୍ରିକାର ନାଇଜେରିଆର ଲୋକମାନେ ମଧ୍ୟ କାନାଡାରେ କାମ କରିବାକୁ ପସନ୍ଦ କରନ୍ତି।

Share