ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୧୫୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୮୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୧୩, କଟକ ୧୦୨, ଜଗତସିଂହପୁର ୯୪, ଅନୁଗୋଳ ୮୯,ନୂଆପଡ଼ା ୭୦, ଝାରସୁଗୁଡ଼ା ୬୮, ସୁନ୍ଦରଗଡ଼ ୬୫, ବଲାଙ୍ଗୀର ୬୩, କେନ୍ଦ୍ରାପଡ଼ା ୫୩, ବାଲେଶ୍ୱର ୫୦, ଯାଜପୁର ୪୮, ବରଗଡ଼ ୪୬, ପୁରୀ ୪୫, ଗଞ୍ଜାମ ୩୬, କେନ୍ଦୁଝର ୩୦, ସମ୍ବଲପୁର ୨୭, ଭଦ୍ରକ ୨୬, ଢେଙ୍କାନାଳ ୨୫, ସୋନପୁର ୨୫, କଳାହାଣ୍ଡି ୨୪, କୋରାପୁଟ ୨୪, ବୌଦ୍ଧ ୧୭, ନବରଙ୍ଗପୁର ୧୬, ନୟାଗଡ଼ ୧୬, ଦେବଗଡ଼ ୧୧, ରାୟଗଡ଼ା ୧୦, କନ୍ଧମାଳ ୮, ମାଲକାନଗିରି ୮ ଏବଂ ଗଜପତିରୁ ୫ ଜଣ ସୁସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୫,୮୮୯ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇଛନ୍ତି ୨,୮୦,୫୫୩ ଜଣ। ସେହିପରି ୧୩,୯୧୯ ଜଣ ଚିକିତ୍ସିତ ହେଉଛନ୍ତି। ୧୩୬୪ ଜଣଙ୍କ ମୃତ୍ୟୁ ଘଟିଛି।

Share