ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୧୫୩୫ କରୋନା ଆକ୍ରାନ୍ତ: ମୋଟ ସଂଖ୍ୟା ୪୫ହଜାର ଟପିଲା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୫୩୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବାଧିକ ୨୮୭ଜଣ ଖୋର୍ଦ୍ଧାର ଅଛନ୍ତି। ଏହାଛଡ଼ା ସୁନ୍ଦରଗଡ଼ର ୧୭୮, ଗଞ୍ଜାମର ୧୫୬, କନ୍ଧମାଳର ୧୦୫, ପୁରୀର ୯୬, କଟକର ୮୪, କୋରାପୁଟର ୭୩, ବରଗଡ଼ର ୭୦, ନୟାଗଡ଼ର ୬୩, ମାଲକାନଗିରିର ୫୮, ବାଲେଶ୍ୱରର ୫୨, କଳାହାଣ୍ଡିର ୪୭, ଭଦ୍ରକର ୪୨, ଯାଜପୁରର ୩୯, ଗଜପତିର ୨୭, କେନ୍ଦ୍ରାପଡ଼ାର ୨୦, ସମ୍ବଲପୁରର ୨୦, ଝାରସୁଗୁଡ଼ାର ୧୯, ମୟୂରଭଞ୍ଜର ୧୭, କେନ୍ଦୁଝରର ୧୭, ଢ଼େଙ୍କାନାଳର ୧୫, ରାୟଗଡ଼ାର ୧୪, ନବରଙ୍ଗପୁରର ୧୩, ବଲାଙ୍ଗୀର୭, ବୌଦ୍ଧର ୭, ଜଗତସିଂହପୁରର ୬, ନୂଆପଡ଼ାର ୨, ସୋନପୁରର ଜଣେ ଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୪୫୩୧୪କୁ ବୃଦ୍ଧି ପାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

Share