୧୫୩୮ ଶିକ୍ଷାନୁଷ୍ଠାନ ପରିସରରୁ ହଟିଲା ଟ୍ରାନ୍ସଫର୍ମର

ବାଲେଶ୍ୱର,୬।୧୨(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ଗୋଲେଇସ୍ଥିତ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନ୍‌ଓଡିଏଲ୍‌) ବିଦ୍ୟୁତ୍‌ ସେବା ବିତରଣରେ ସୁରକ୍ଷା ତଥା ନିରାପତ୍ତାକୁ ସର୍ବଦା ପ୍ରାଥମିକତା ଦେଉଛି। ବିଶେଷତଃ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେଉଛି। ଏହି କ୍ରମରେ ଟିପିଏନ୍‌ଓଡିଏଲ୍‌ ୧୫୩୮ଟି ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିସରରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିଛି। ନିରାପତ୍ତା ପାଇଁ ସୁରକ୍ଷା ପ୍ରାଚୀର ମଧ୍ୟ ନିର୍ମାଣ କରାଯାଇଥିବା ଟିପିଏନ୍‌ଓଡିଏଲ୍‌ ସିଇଓ ଭାସ୍କର ସରକାର ମଙ୍ଗଳବାର ଏକ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି।
ଅନୁଯାୟୀ, ବାଲେଶ୍ୱର ଜିଲାରେ ୪୬୭ଟି ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିସରରୁ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାବେଳେ ଯାଜପୁରରେ ୪୦୬ଟି ଶିକ୍ଷାନୁଷ୍ଠାନ ପରିସରରୁ ଟ୍ରାନ୍ସଫର୍ମରଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ସେହିପରି କେନ୍ଦୁଝରରେ ୩୨୧ଟି, ଭଦ୍ରକରେ ୨୧୭ ଏବଂ ମୟୂରଭଞ୍ଜର ୧୨୭ଟି ଶିକ୍ଷାନୁଷ୍ଠାନରୁ ଟ୍ରାନ୍ସଫର୍ମରଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ପିଲାମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଟିପିଏନ୍‌ଓଡିଏଲ ପକ୍ଷରୁ ସୂଚନା ଦିଆଯାଇଛି।