ଆଜି ରାଜ୍ୟରୁ ୧୫୪ ପଜିଟିଭ୍‌ ଚିହ୍ନଟ, ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୧୫୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୦୨୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୮୯ ଜଣ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସମ୍ବଲପୁରରୁ ସର୍ବାଧିକ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ଏବଂ ସୁନ୍ଦରଗଡ଼ରୁ ୧୮ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ୧୦, ବାଲେଶ୍ୱର ୧୧, ବରଗଡ଼ ୯, ଭଦ୍ରକ ୮, ବଲାଙ୍ଗୀର ୩, ବୌଦ୍ଧ ୧, କଟକ ୯, ଢେଙ୍କାନାଳ ୧, ଗଜପତି ୩, ଜଗତସିଂହପୁର ୫, ଯାଜପୁର ୬, ଝାରସୁଗୁଡ଼ା ୬, କେନ୍ଦ୍ରାପଡ଼ା ୧, କେନ୍ଦୁଝର ୫, ଖୋର୍ଦ୍ଧା ୧୨, ନୟାଗଡ଼ ୧, ନୂଆପଡ଼ା ୪ ଏବଂ ସୋନପୁରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୨।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪, ୦୨୦ରେ ପହଞ୍ଚିଥିବା ବେଳେ ୩,୩୦,୫୪୬ ଜଣ ସୁସ୍ଥ ହୋଇଛନ୍ତି। ୧୫୧୯ ଜଣ ଚିକିତ୍ସିତ ହେଉଛନ୍ତି।

Share