କଟକରୁ ୧୫୪୦ କିଲୋ ନକଲି ଡିଟରଜେଣ୍ଟ ପାଉଡର ଜବତ

କଟକ ଅଫିସ,୧୯।୪: କଟକରୁ ପୁଣି ନକଲି ଡିଟରଜେଣ୍ଟ ପାଉଡର ଜବତ ହୋଇଛି। ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ମାଲଗୋଦାମ ଥାନା ପୋଲିସ ମଙ୍ଗଳବାର ଚଢାଉ କରି ୧୫୪୦ କିଲୋ ନକଲି ଡିଟରଜେଣ୍ଟ ଜବତ କରିଛି। ଏହାସହ ଡିଟରଜେଣ୍ଟ ତିଆରି ମେଶିନ, ତିଆରି ପାଇଁ ରଖାଯାଇଥିବା ୧୮୦୦ କିଲୋ କଞ୍ଚାମାଲ ଜବତ ହୋଇଛି। ଏହି କାରବାରରେ ସମ୍ପୃକ୍ତ ଅଭିଜିତ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।