Advertisement
Categories: Homeଜାତୀୟ

ସୁଷମାଙ୍କ ପଦାଙ୍କ ଅନୁସରଣ କରିବା ଗର୍ବର କଥା: ଜୟଶଙ୍କର

ନୂଆଦିଲ୍ଲୀ,୧।୬: ମୋଦି ସରକାରରେ ପୂର୍ବରୁ ବିଦେଶ ସଚିବ ଥିବା ସୁବ୍ରମଣ୍ୟମ୍‌ ଜୟଶଙ୍କରଙ୍କୁ ଏଥର ମିଳିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଶନିବାର ସେ ଏହି ଦାୟିତ୍ୱ ନେବା ପରେ ପ୍ରଥମ କରି ଟୁଇଟ୍‌ କରିଛନ୍ତି। ଯେଉଁଥିରେ ସେ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କର ଗୁଣ ଗାନ କରିଛନ୍ତି। ଜୟଶଙ୍କର କହିଛନ୍ତି ସୁଷମାଙ୍କ ପଦାଙ୍କ ଅନୁସରଣ କରିବା ଗର୍ବର କଥା। ସୂଚନାଯୋଗ୍ୟ, ମୋଦି ସରକାରରେ ଜୟଶଙ୍କରକୁ ସ୍ଥାନ ମିଳିବା ସମସ୍ତଙ୍କୁ ଏକ ପ୍ରକାର ଚମକାଇ ଦେଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share