୨୩ ଦିନରେ ୧୫୬.୬ମି.ମି ବର୍ଷା

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବାରୁ ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଗତ ୨୩ ଦିନରେ ଅର୍ଥାତ୍‌ ଗତ ୧ରୁ ୨୩ତାରିଖ ମଧ୍ୟରେ ଓଡ଼ିଶାରେ ୧୫୬.୬ମି.ମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ବାଭାବିକ ବର୍ଷା ୧୪୬.୮ମିମି ଠାରୁ ୭ ପ୍ରତିଶତ ଅଧିକ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ରାୟଗଡ଼ା, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, କନ୍ଧମାଳ ଏବଂ କେନ୍ଦୁଝର ଆଦି ୭ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଯାହା ସ୍ବାଭାବିକ ବର୍ଷାଠାରୁ ୨୦ରୁ ୫୯% କମ୍‌ ରହିଛି। ଏହି ସମୟ ମଧ୍ୟରେ ପୁରୀ, ସୁନ୍ଦରଗଡ଼ ଓ କୋରାପୁଟ ଆଦି ୩ ଜିଲାରେ ସ୍ବାଭାବିକଠାରୁ ଅତ୍ୟଧିକ ଅର୍ଥାତ୍‌ ୬୦% କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇଛି। ସେହିପରି ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ନୂଆପଡ଼ା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ମାଲକାନଗିରି ଆଦି ୯ଜିଲାରେ ସ୍ବାଭାବିକଠାରୁ ୨୦ରୁ ୫୯% ଯାଏ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୧୧ଜିଲାରେ ସ୍ବାଭାବିକ ବର୍ଷା ଅନୁଭୂତ ହୋଇଛି।

Share