Categories: ଜାତୀୟ

ଆଜି ଦେଶରେ ଦେଢ଼ଲକ୍ଷରୁ ଅଧିକ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୯ା୧: ଦେଶରେ କରୋନା ପ୍ରତି ବିପଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୫୯,୬୩୨ନୂତନ କରୋନା ମାମଲା ରିପୋର୍ଟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୦,୮୬୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ୩୨୭ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ଦେଶରେ ପଜିଟିଭ୍‌ ହାର ମଧ୍ୟ ୧୦.୨୧ ପ୍ରତିଶତକୁ ଖସି ଆସିଛି। ବର୍ତ୍ତମାନ କରୋନା ସକ୍ରିୟ ମାମଲା ସଂଖ୍ୟା ୫,୯୦,୬୧୧କୁ ବୃଦ୍ଧି ପାଇଛି। କରୋନାରୁ ୩,୪୪,୫୩,୬୦୩ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୪,୮୩,୭୯୦ରେ ପହଞ୍ଚିଛି।

Share