ଅଗଷ୍ଟ ୧୫ରେ ରିଲିଜ ହୋଇଥିଲା ଏସବୁ ଫିଲ୍ମ, ବକ୍ସ ଅଫିସରେ ଭାଙ୍ଗିଥିଲା ରେକର୍ଡ

ମୁମ୍ବାଇ: ଅଗଷ୍ଟ ୧୫ ସମଗ୍ର ଦେଶ ପାଇଁ ଏକ ସ୍ବତନ୍ତ୍ର ତଥା ବିଶେଷ ଦିନ। ଏହିଦିନ ଲୋକମାନେ ସ୍ବାଧୀନତାକୁ ମହାନ ପର୍ବ ବୋଲି ପାଳନ କରିଥାନ୍ତି। ସମସ୍ତେ ନିଜ ନିଜ ଢଙ୍ଗରେ ସ୍ବାଧୀନତା ଦିବସ ମନାଇଥାନ୍ତି। ସେହିପରି ମନୋରଞ୍ଜନ ଦୁନିଆକୁ ଭଲପାଉଥିବା ଲୋକଙ୍କ ପାଇଁ ଫିଲ୍ମ ନିର୍ମାତାମାନେ ଫିଲ୍ମ ରିଲିଜ କରନ୍ତି। ସେଥିମଧ୍ୟରୁ କିଛି ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିବା ବେଳେ କିଛି ଫ୍ଲପ୍‌ ପ୍ରମାଣିତ ହୋଇଥିଲା। ଆଜି ଆମେ ଆପଣଙ୍କୁ ସେହି ବଲିଉଡ୍‌ ଫିଲ୍ମ ବିଷୟରେ କହିବୁ ଯାହା ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଥିଲା।
ଶୋଲେ:
ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ହେମା ମାଳିନୀଙ୍କ ଫିଲ୍ମ ଶୋଲେ ୧୫ ଅଗଷ୍ଟ ୧୯୭୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରମେଶ ସିପି। ୨-୩ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ଫିଲ୍ମରୁ ୩୫ କୋଟି ଟଙ୍କା ଆୟ ହୋଇଥିଲା। ବିଶେଷ କଥା ହେଉଛି ଏହି ଫିଲ୍ମଟି ପ୍ରେକ୍ଷାଳୟରେ ଗୋଟିଏ ବର୍ଷ ଚାଲିଥିଲା। କେବଳ ଏତିକି ନୁହେଁ, ଏହି ଫିଲ୍ମଟି ମୁମ୍ବାଇର ଏକ ସିନେମା ହଲ୍‌ରେ ୫ ବର୍ଷ ପାଇଁ ପ୍ରଦର୍ଶିତ ହୋଇଥିଲା।

ତେରେ ନାମ୍‌:
ଦବଙ୍ଗ ଖାନ୍‌ ସଲମାନ ଖାନ୍‌ଙ୍କ ତେରେ ନାମ୍‌ ୧୫ ଅଗଷ୍ଟ ୨୦୦୩ରେ ମୁକ୍ତିଲାଭ କରିଥିଲା। ସତୀଶ କୌଶିକଙ୍କ ନିର୍ଦ୍ଦେଶିତ ତେରେ ନାମ ସେହି ବର୍ଷ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଥିଲା। ସଲମାନ ଏହି ଫିଲ୍ମରେ ଅଭିନୟ କରି ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲେ। ସଲମାନଙ୍କ ଏପରି ଅବତାର ଦେଖି ସମସ୍ତଙ୍କ ଆଖିରେ ଲୁହ ଆସିଥିଲା। ସଲମାନଙ୍କ ସହ ଭୂମିକା ଚାଓ୍ବଲା ଅଭିନୟ କରିଥିଲେ। ସେତେବେଳେ ଏହି ଫିଲ୍ମ ଭାରତରେ ୧୫.୧୪ କୋଟି ଟଙ୍କା ସଂଗ୍ରହ କରିଥିଲା।

ଏକ୍‌୍‌ ଥା ଟାଇଗର:
ସଲମାନ ଖାନ୍‌ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ଫିଲ୍ମ ଏକ୍‌ ଥା ଟାଇଗର ବକ୍ସ ଅଫିସରେ ହିଟ୍‌ ହୋଇଥିଲା। ୧୫ ଅଗଷ୍ଟ ୨୦୧୨ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବକ୍ସ ଅଫିସରେ ୧୯୮.୭୮ କୋଟି ଟଙ୍କା ସଂଗ୍ରହ କରିଥିଲା। ବିଶ୍ୱ ବ୍ୟାପୀ ସଂଗ୍ରହ ବିଷୟରେ କହିବାକୁ ଗଲେ ଏହା ୩୨୦ କୋଟି ଟଙ୍କା ଆୟ କରିଥିଲା।

Share