ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୩।୮: ଆଜି ହେଉଛି ୧୫ତମ ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ। ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାକୁ ଯାଉଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଜୋହାନ୍ସବର୍ଗରେ ଖୋଲା ଏବଂ ବନ୍ଦ ସର୍ବଦଳୀୟ ଅଧିବେଶନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଜୋହାନ୍ସବର୍ଗରେ ଅନୁଷ୍ଠିତ ୧୫ ତମ ବ୍ରିକ୍ସ ସମ୍ମିଳନୀର ଉଦଘାଟନୀ ଦିବସ ବ୍ରିକ୍ସ ବ୍ୟବସାୟ ଫୋରମ ନେତାଙ୍କ ବାର୍ତ୍ତାଳାପର ସାକ୍ଷୀ ରହିଛି। ଆଜି ସମ୍ମିଳନୀର ଦ୍ୱିତୀୟ ଦିନ। ଆଜି ସମ୍ମିଳନୀର ସର୍ବଦଳୀୟ ଅଧିବେଶନ ପରେ ସାଂସ୍କୃତିକ ପ୍ରଦର୍ଶନୀ ଏବଂ ରାଷ୍ଟ୍ରପତି ରାମଫୋସାଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନର ଆୟୋଜନ କରାଯିବ।

 

Share