Categories: ବାଣିଜ୍ୟ

୧୫ରେ ଇଣ୍ଡିଆନ ବ୍ୟାଙ୍କର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୭।୮: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଗଷ୍ଟ ୧୫ରେ ଇଣ୍ଡିଆନ ବ୍ୟାଙ୍କର ୧୧୮ତମ ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର ଚାରାରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଚାରାରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱରର ରାଜୀବ ଭବନ ଶାଖାଠାରେ ଏକ ମେଗା ଚାରାରୋପଣ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଉନ୍ନୟନ ବିଭାଗ କମିଶନର ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲାବେଳେ ଇଣ୍ଡିଆନ ବ୍ୟାଙ୍କର କ୍ଷେତ୍ର ମହାପ୍ରବନ୍ଧକ ଅରୁଣା ଏମ୍‌ ଏବଂ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ସଚ୍ଚିକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ଏକ ସୁସ୍ଥ ପରିବେଶ ଗଠନ ପାଇଁ ଚାରାରୋପଣର ଆବଶ୍ୟକତା ଏବଂ ଏହାର ରକ୍ଷଣାବେକ୍ଷଣା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

Share