ଇଏସ୍‌ଆଇସିରେ ୧୬.୪୭ଲକ୍ଷ ନୂଆ ସଦସ୍ୟ

ଭୁବନେଶ୍ୱର,୨୦।୬ (ଅନୁରାଧା ମହାରଣା): ଚଳିତବର୍ଷ ଏପ୍ରିଲରେ ୧୬.୪୭ ଲକ୍ଷ ନୂତନ ସଦସ୍ୟ କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି)ରେ ଯୋଡ଼ିହୋଇଛନ୍ତି। ବୁଧବାର ପ୍ରକାଶିତ ନିୟମିତ ବେତନ ସ୍କେଲ୍‌ରେ ରଖାଯାଇଥିବା କର୍ମଚାରୀଙ୍କ ତଥ୍ୟରେ ଏହି ସୂଚନା ଦିଆଯାଇଛି। ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ତଥ୍ୟକୁ ଆଧାରକରି ଦେଶର ଯୁବକମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏପ୍ରିଲରେ ଯୋଡ଼ିହୋଇଥିବା ମୋଟ ୧୬.୪୭ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୭.୮୪ ଲକ୍ଷ କର୍ମଚାରୀ ଅର୍ଥାତ୍‌ ମୋଟ ନାମଲେଖାର ପ୍ରାୟ ୪୭.୬୦ ପ୍ରତିଶତ ୨୫ ବର୍ଷ ବୟସ ବର୍ଗରେ ଅଛନ୍ତି। ବିବୃତି ଅନୁଯାୟୀ, ଇଏସ୍‌ଆଇସିର ଅସ୍ଥାୟୀ ବେତନ ତଥ୍ୟ ଦର୍ଶାଉଛି ଯେ ଏପ୍ରିଲ ୨୦୨୪ ରେ ୧୬.୪୭ ଲକ୍ଷ ନୂତନ କର୍ମଚାରୀ ଯୋଗ କରାଯାଇଛି। ଏଥିସହ ତଥ୍ୟର ଲିଙ୍ଗଗତ ବିଶ୍ଳେଷଣରୁ ଜଣାପଡିଛି ଯେ ଏପ୍ରିଲରେ ମହିଳା ସଦସ୍ୟଙ୍କ ନିଟ୍‌ ସଂଯୋଗୀକରଣ ୩.୩୮ ଲକ୍ଷ ଥିଲା। ଏପ୍ରିଲରେ ଇଏସ୍‌ଆଇ ଯୋଜନାର ସାମାଜିକ ସୁରକ୍ଷା ଆଭିମୁଖ୍ୟରେ ପ୍ରାୟ ୧୮,୪୯୦ ନୂତନ ପ୍ରତିଷ୍ଠାନ ଯୋଡ଼ାଯାଇଛି। ଏହାଦ୍ୱାରା ଅଧିକ ସଂଖ୍ୟାରେ ଶ୍ରମିକଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବକାଳୀନ ରେକର୍ଡ: ଲକ୍ଷେ ଟପିଗଲା ସୁନା, ଏବେ…

ନୂଆଦିଲ୍ଲୀ,୨୨।୪: ସୁନାର ସର୍ବକାଳୀନ ରେକର୍ଡ। ଦିନକରେ ୩ ହଜାର ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ...

୧୮ ବର୍ଷ ବୟସ ପୂର୍ବରୁ Instagram ବ୍ୟବହାର କରିବା ହେଲା କଷ୍ଟକର, Meta ନେଲା ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୪: ଆଜିକାଲି ସବୁ ବୟସର ଲୋକମାନେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। କିନ୍ତୁ ଇନଷ୍ଟାଗ୍ରାମରେ ପିଲା ଏବଂ କିଶୋର ଉପଭୋକ୍ତାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି...

୩ ସପ୍ତାହରେ ପ୍ରାୟ ୬,୨୦୦ ଟଙ୍କା ମହଙ୍ଗା ହେଲା ସୁନା, ଏବେର ଦାମ୍‌ ଜାଣିଲେ ଉଡିବ ହୋସ

ନୂଆଦିଲ୍ଲୀ,୨୧।୪: ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଦର। ସୋମବାର ଦେଶର ଫ୍ୟୁଚର୍ସ ମାର୍କେଟ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ରେକର୍ଡସ୍ତର ଛୁଇଁଛି।...

KIA ମୋଟର ପ୍ଲାଣ୍ଟରୁ ନେଇଗଲେ ୯୦୦ ଇଞ୍ଜିନ, ୯ ଜଣ ଗିରଫ

ପେଣୁକୋଣ୍ଡା,୨୧।୪: ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲାରେ ଥିବା ଦକ୍ଷିଣ କୋରିଆର କମ୍ପାନୀ KIA ମୋଟର୍ସର ପେନୁକୋଣ୍ଡା ପ୍ଲାଣ୍ଟରୁ ପ୍ରାୟ ୯୦୦କାର ଇଞ୍ଜିନ ଚୋରି ଘଟଣାରେ ପୋଲିସ...

ଜିଓର ଜବରଦସ୍ତ ପ୍ଲାନ୍‌; ଏତିଟି ଟଙ୍କାରେ ମିଳୁଛି ୫୦୦ ଜିବି ଡାଟା, ମାଗଣା ଓଟିଟି, ଚାଲିବ ୨୦୦ ଦିନ… 

ନୂଆଦିଲ୍ଲୀ,୨୦।୪: ଯେତେବେଳେ ଫୋନ୍‌ରୁ ରିଚାର୍ଜ ପ୍ଲାନ ଶେଷ ହୋଇଯାଏ, କେଉଁ ପ୍ଲାନ ନେବା ଠିକ୍‌ ହେବ ଜଣାପଡେନାହିଁ। ଏଥିଲାଗି ଅନେକ ଥର ପୁରୁଣା ଯୋଜନାକୁ ପୁଣି...

Mobile Recharge: ପୁଣି ଏତେ ଟଙ୍କା ବଢିଯିବ ରିଚାର୍ଜ ପ୍ଲାନ! ଗ୍ରାହକଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୨୦।୪: ଭାରତରେ ପ୍ରାୟ ଅଧିକାଂଶ ଲୋକ ସ୍ମାର୍ଟଫୋନ ବ୍ୟବହାର କରନ୍ତି। ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର। ପୁଣିଥରେ ଟେଲିକମ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ...

Vehicle sales in Odisha: ଓଡ଼ିଶାରେ ଧିମେଇଛି ଗାଡ଼ି ବିକ୍ରି ଗତି

ଭୁବନେଶ୍ୱର,୨୦ା୪(ଅନୁରାଧା ମହାରଣା): ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶରେ ମୋଟର ଯାନ ବିକ୍ରିରେ ଘରୋଇ ସ୍ତରରେ ପ୍ରାୟ ୬ ପ୍ରତିଶତର ବୃଦ୍ଧି ରେକର୍ଡ କରିଛି। ଅଟୋମୋବାଇଲ ଡିଲର୍ସ...

Scheme: ୨୦୦ଟଙ୍କା ରଖିଲେ ମାସକୁ ମିଳିବ ୧୫ହଜାର! ଏହି ସ୍କିମ୍‌ କରିବ ମାଲାମାଲ୍‌

ନୂଆଦିଲ୍ଲୀ,୧୯।୪: ଏଭଳି କିଛି ସ୍କିମ୍‌ ଅଛି ଯାହା ଆପଣଙ୍କୁ ଲକ୍ଷପତି କରାଇବାରେ ସହାୟକ କରିଥାଏ। ଯାହା ଆପଣଙ୍କ ନିବେଶ କରିବା ତରିକାକୁ ବଦଳାଇ ଦେଇପାରେ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image