Categories: ବାଣିଜ୍ୟ

ଇଏସ୍‌ଆଇସିରେ ୧୬.୪୭ଲକ୍ଷ ନୂଆ ସଦସ୍ୟ

ଭୁବନେଶ୍ୱର,୨୦।୬ (ଅନୁରାଧା ମହାରଣା): ଚଳିତବର୍ଷ ଏପ୍ରିଲରେ ୧୬.୪୭ ଲକ୍ଷ ନୂତନ ସଦସ୍ୟ କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି)ରେ ଯୋଡ଼ିହୋଇଛନ୍ତି। ବୁଧବାର ପ୍ରକାଶିତ ନିୟମିତ ବେତନ ସ୍କେଲ୍‌ରେ ରଖାଯାଇଥିବା କର୍ମଚାରୀଙ୍କ ତଥ୍ୟରେ ଏହି ସୂଚନା ଦିଆଯାଇଛି। ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ତଥ୍ୟକୁ ଆଧାରକରି ଦେଶର ଯୁବକମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏପ୍ରିଲରେ ଯୋଡ଼ିହୋଇଥିବା ମୋଟ ୧୬.୪୭ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୭.୮୪ ଲକ୍ଷ କର୍ମଚାରୀ ଅର୍ଥାତ୍‌ ମୋଟ ନାମଲେଖାର ପ୍ରାୟ ୪୭.୬୦ ପ୍ରତିଶତ ୨୫ ବର୍ଷ ବୟସ ବର୍ଗରେ ଅଛନ୍ତି। ବିବୃତି ଅନୁଯାୟୀ, ଇଏସ୍‌ଆଇସିର ଅସ୍ଥାୟୀ ବେତନ ତଥ୍ୟ ଦର୍ଶାଉଛି ଯେ ଏପ୍ରିଲ ୨୦୨୪ ରେ ୧୬.୪୭ ଲକ୍ଷ ନୂତନ କର୍ମଚାରୀ ଯୋଗ କରାଯାଇଛି। ଏଥିସହ ତଥ୍ୟର ଲିଙ୍ଗଗତ ବିଶ୍ଳେଷଣରୁ ଜଣାପଡିଛି ଯେ ଏପ୍ରିଲରେ ମହିଳା ସଦସ୍ୟଙ୍କ ନିଟ୍‌ ସଂଯୋଗୀକରଣ ୩.୩୮ ଲକ୍ଷ ଥିଲା। ଏପ୍ରିଲରେ ଇଏସ୍‌ଆଇ ଯୋଜନାର ସାମାଜିକ ସୁରକ୍ଷା ଆଭିମୁଖ୍ୟରେ ପ୍ରାୟ ୧୮,୪୯୦ ନୂତନ ପ୍ରତିଷ୍ଠାନ ଯୋଡ଼ାଯାଇଛି। ଏହାଦ୍ୱାରା ଅଧିକ ସଂଖ୍ୟାରେ ଶ୍ରମିକଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ ହେବ।

Share