Advertisement
Categories: ଜାତୀୟ

୧୬ ଆଫଗାନିସ୍ତାନ ଫେରନ୍ତା କରୋନା ପଜିଟିଭ୍‌…

ନୂଆଦିଲ୍ଲୀ,୨୫।୮: ଆଫଗାନିସ୍ତାନରୁ ମଙ୍ଗଳବାର ଭାରତ ଫେରିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେମାନଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲା। ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ପଜିଟିଭ୍‌ ଆସିଥିବା ଲୋକଙ୍କ ମଧ୍ୟରେ ୩ ଜଣ ଗୁରୁଦ୍ୱାରା ଗନ୍ଥି ରହିଛନ୍ତି। ସେମାନଙ୍କ ସହିତ ମିଳାମିଶା କରିଥିବା ଲୋକଙ୍କୁ ଟ୍ରାକ୍‌ କରାଯାଇ ସେମାନଙ୍କର ନମୁନା ପରୀକ୍ଷା ଲାଗି ବ୍ୟବସ୍ଥା କରାଯାଉଛି। ସୂଚନାଯୋଗ୍ୟ, ଇତିମଧ୍ୟରେ ୬୨୬ ଜଣଙ୍କୁ ଆଫଗାନିସ୍ତାନରୁ ଏୟାର ଲିଫ୍ଟ କରାଯାଇଛି। ସେମାନଙ୍କ ମଧ୍ୟରେ ୨୨୮ ଜଣ ଭାରତୀୟ ରହିଛନ୍ତି। ସେହିପରି ୭୭ ଜଣ ଆଫଗାନିସ୍ତାନ ଶିଖ ମଧ୍ୟ ଅଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share