ଆଜି କରୋନାରେ ଆଖିବୁଜିଲେ ୧୬ ଆକ୍ରାନ୍ତ

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୧୬ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୦୪ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୬ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ମୃତ୍ୟୁବରଣ କରିଛନ୍ତି। ଏହାବାତ ଗଜପତି ଏବଂ କଳାହାଣ୍ଡି ଜିଲାରୁ ୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ରାୟଗଡା ଏବଂ ସୁନ୍ଦରଗଡରୁ ୨ ଜଣ ଲେଖାଏ ଏବଂ ପୁରୀ ଓ ସମ୍ବଲପୁରରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି।

Share