Categories: ଜାତୀୟ

୧୬ କୋଟି ମହିଳାଙ୍କୁ ଆବଶ୍ୟକ ଗର୍ଭ ନିରୋଧକ

ନୂଆଦିଲ୍ଲୀ,୨୩।୭: ଦେଶବ୍ୟାପୀ ୧୬ କୋଟି ବିବାହିତ ମହିଳା ଓ ଯୁବତୀଙ୍କୁ ଗର୍ଭନିରୋଧକର ଆବଶ୍ୟକତା ଥିବା ଲାନ୍‌ସେଟ୍‌ ଜର୍ନାଲରେ ପ୍ରକାଶିତ ସର୍ଭେ ରିପୋର୍ଟରେ କୁହାଯାଇଛି। ୧୯୭୦ରେ ବିଶ୍ୱରେ ଏହାର ବ୍ୟବହାର ବୃଦ୍ଧି ପାଇଥିଲା। ମହିଳାଙ୍କ ଉତ୍ତର ସ୍ବାସ୍ଥ୍ୟ ସାଙ୍ଗକୁ ସ୍ଥାୟୀ ବିକାଶ ଲକ୍ଷ୍ୟ ସୂଚକ (ସଷ୍ଟେନେବଲ୍‌ ଡେଭଲପମେଣ୍ଟ ଗୋଲ୍‌ ଇଣ୍ଡିକେଟର ଇଣ୍ଡିକେଟର) ଦୃଷ୍ଟିରୁ ମହିଳାଙ୍କୁ ଏହାର ଆବଶ୍ୟକତା ରହିଥିବା ବିଶେଷଜ୍ଞ କହିଛନ୍ତି। ନିରୋଧକ ବ୍ୟବହାର ଦ୍ୱାରା ମାତୃତ୍ୱ ଜନିତ ସମସ୍ୟା ଏବଂ ଶିଶୁ ସମ୍ବନ୍ଧୀୟ ଅସୁବିଧାକୁ ଦୂର କରାଯାଇପାରିବ। ଏଥିସହ ଅବାଞ୍ଛିତ ଗର୍ଭଧାରଣକୁ ଦୂର କରାଯାଇ ପାରିବ। ଏ ନେଇ କରାଯାଇଥିବା ଅଧ୍ୟୟନରେ ୧,୧୬୨ ମହିଳାଙ୍କୁ ସାମିଲ କରାଯାଇଥିବାବେଳେ ମଡେଲିଂ ବ୍ୟବହାର କରି ନ୍ୟାଶନାଲ ଏଷ୍ଟିମେଟ୍‌ କରାଯାଇଛି।
ଉଭୟ ବିବାହିତ, ଅବିବାହିତ ମହିଳା ଏବଂ ଦେହ ବ୍ୟବସାୟରେ ଲିପ୍ତ ଥିବା ମହିଳାଙ୍କ କ୍ଷେତ୍ରରେ ଗର୍ଭ ନିରୋଧକର ଆବଶ୍ୟକତା ରହିଛି। ଗବେଷଣା ରିପୋର୍ଟ ଅନୁସାରେ, ୧୯୭୦ରେ ନିରୋଧକ ବ୍ୟବହାର ୨୮% ବୃଦ୍ଧି ପାଇଥିବାବେଳେ ୨୦୧୯ରେ ଏହା ୪୮ ପ୍ରତିଶତ ବଢ଼ିଛି। ୧୬ କୋଟି ମହିଳା ବର୍ତ୍ତମାନ ଏହାର ବ୍ୟବହାର କରୁ ନ ଥିବା ଜଣାପଡ଼ିଛି। ପ୍ରକାଶିତ ଅଧ୍ୟୟନ ରିପୋର୍ଟ ଅନୁସାରେ ବିଶ୍ୱବ୍ୟାପୀ ୧୨୦ କୋଟି ମହିଳାଙ୍କୁ ଗର୍ଭନିରୋଧକର ଆବଶ୍ୟକତା ରହିଛି।

Share