ଚାଇନାରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ: ୧୬ ମୃତ

ବେଜିଂ,୧୮।୮: ପଞ୍ଚିମ ଚାଇନାରେ ପ୍ରବଳ ବର୍ଷା ସାଙ୍ଗକୁ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଭୂସ୍ଖଳନ ଯୋଗୁ ଏକ ନଦୀର ଗତିପଥ ବଦଳିଯିବାରୁ ପାଣି ମାଡ଼ି ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ୧୮ ଜଣ ନିଖୋଜ ଥିବା ଜଣାପଡିଛି। ତେବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଚଳିତ ଗ୍ରୀଷ୍ମ ଋତୁରେ ଚାଇନାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଓ ବନ୍ୟା ଦେଖାଦେଇଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ମରୁଡ଼ି ଦେଖାଦେଇଛି। ଗତ ୬୦ ବର୍ଷ ମଧ୍ୟରେ ଏଭଳି ଗ୍ରୀଷ୍ମ ପ୍ରବାହ ଓ ଅନାବୃଷ୍ଟି ଦେଖାଦେଇ ନ ଥିଲା ବୋଲି ସେଠାର ଗଣମାଧ୍ୟମରେ କୁହାଯାଇଛି।

Share