କାରଖାନା ସହ ଜଳିଗଲେ ୧୬ ଶ୍ରମିକ

କରାଚୀ,୨୮।୮: ପାକିସ୍ତାନର ବାଣିଜି୍ୟକ ରାଜଧାନୀ କରାଚୀସ୍ଥିତ ଏକ ରାସାୟନିକ କାରଖାନାରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୬ ଶ୍ରମିକ ପ୍ରାଣ ହରାଇଛନ୍ତି। କାରଖାନାରେ ଆହୁରି ୨୫ ଜଣ ରହିଯାଇଥିବା ଆଶଙ୍କା କରାଯାଉଛି। ଏଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ। ଅଗ୍ନିକାଣ୍ଡ ବେଳେ ମୋହରାନ ସହରରେ ଥିବା ଫ୍ୟାକ୍ଟ୍ରିର କେବଳ ଗୋଟିଏ ଫାଟକ ଖୋଲା ଥିଲା। ଏଥିଯୋଗୁ ନିଆଁ ଚାରିଆଡେ ବ୍ୟାପିଯିବା ପରେ ମଧ୍ୟ ଶ୍ରମିକମାନେ ବାହାରି ପାରି ନ ଥିଲେ ବୋଲି ମୁଖ୍ୟ ଅଗ୍ନିଶମ ଅଧିକାରୀ କହିଛନ୍ତି।

Share