Categories: ଜାତୀୟ

‘ଦାନା’ ଲ୍ୟାଣ୍ଡଫଲ କରିବା ପୂର୍ବରୁ ନିଖୋଜ ହେଲେ ୧୬ ମତ୍ସଜୀବୀ

କୋଲକାତା,୨୪।୧୦: ବାତ୍ୟା ‘ଦାନା’ ଆସିବା ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗର ଶମଶେରଗଞ୍ଜ ଏବଂ ଫରକ୍କା ଅଞ୍ଚଳରେ ପବନ ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ସମୁଦ୍ରରେ ତିନୋଟି ଡଙ୍ଗା ବୁଡ଼ିଯିବା ସହ ୧୬ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ସେମାନଙ୍କୁ ଖୋଜାଯାଉଛି। ମତ୍ସ୍ୟଜୀବୀଙ୍କ ଏହି ଦଳ ସହିତ ୧୦ରୁ ୧୨ ବର୍ଷ ବୟସର କେତେଜଣ ପିଲା ମଧ୍ୟ ଡଙ୍ଗାରେ ଥିଲେ। ପ୍ରଶାସନ ପକ୍ଷରୁ ଚେତାବନୀ ସତ୍ତ୍ୱେ ସେମାନେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ।
କୋଲକାତା ସମେତ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ସାଇକ୍ଲୋନିକ ଷ୍ଟର୍ମ ‘ଦାନା’ର ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରବଳ ପବନ ଓ ପ୍ରବଳ ବର୍ଷା ହେତୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ଗୁରୁବାର ସା ୬ଟାରୁ ସ୍ଥଗିତ ରଖାଯାଇଛି।

ଅନ୍ୟପଟେ ଓଡ଼ିଶାରେ ବାତ୍ୟା ଦାନାର ପ୍ରକୋପ ଅଧିକ ମାତ୍ରାରେ ଦେଖିବାକୁ ମିଳିଥିବା ବେଳେ ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏ ସମ୍ପର୍କରେ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି।

Share