୮୦ ଜଣଙ୍କୁ କଞ୍ଚା ଚୋବାଇ ଖାଇଥିଲା ୧୬ ଫୁଟ ଲମ୍ବ କୁମ୍ଭୀର …

କାମ୍ପାଲା,୧୦।୬: ଆଫ୍ରିକାର ଉଗାଣ୍ଡାରେ ଏକ ୧୬ ଫୁଟ ଲମ୍ବ କୁମ୍ଭୀର ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଘଡ଼ିଆଳ କୁମ୍ଭୀରଟି ୮୦ ଜଣ ଲୋକଙ୍କୁ ଜୀଅନ୍ତା କଞ୍ଚା ଚୋବାଇ ଖାଇଥିଲା। ସ୍ଥାନୀୟ ଲୁୁଙ୍ଗାଗା ଗାଁରେ ଥିବ ଭତକ୍ଟୋରିଆ ହ୍ରଦରେ ଏହି କୁମ୍ଭୀରଟି ରହିଥିଲା। ଏହାର ଆତଙ୍କ ଯୋଗୁ ଲୋକେ ତାକୁ ଆତଙ୍କବାଦୀ ଓସାମା ବିନ୍‌ ଲାଡ଼େନ୍‌ ଭାବେ ନାମିତ କରିଥିଲେ। କୁମ୍ଭୀର ଶରୀରରେ ଓସାମା ଆତ୍ମା ପ୍ରବେଶ କରିଥିବା ଲୋକେ ବିଶ୍ୱାସ କରୁଥିଲେ। ୭୫ ବର୍ଷ ବୟସ୍କ ଏହି କୁମ୍ଭୀର ୧୯୯୧ରୁ ୨୦୦୫ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ରଚିଥିଲା। ପରେ ଏହି ଅଞ୍ଚଳର ୫୦ଟି ଗାଁ ଲୋକେ ଦିନ ରାତି ମିଳିତ ହୋଇ କୁମ୍ଭୀରକୁ ଧରିବା ପାଇଁ ଯୋଜନା କରିଥିଲେ। ଶେଷରେ ଓସାମା ଧରା ପଡ଼ିଥିଲା। ମାତ୍ର ଏହାକୁ ହତ୍ୟା କରା ଯାଇ ନ ଥିଲା। ଲୋକେ ଓସାମାକୁ ମାରିବାକୁ ଚାହୁଁଥିଲେ ମଧ୍ୟ ସରକାର ଏହାର ଅନୁମତି ଦେଇ ନ ଥିଲେ। ଏବେ ଓସାମାକୁ ୟୁଗାଣ୍ଡାର କୁମ୍ଭୀର ପ୍ରଜନନ କେନ୍ଦ୍ରରେ ରଖାଯାଇଛି।

Share