କରୋନା ସଙ୍କଟ ମଧ୍ୟରେ ସାମୁହିକ ଇସ୍ତଫା ଦେଲେ ୧୬ ଡାକ୍ତର

ଉନ୍ନାଓ,୧୩।୫: କରୋନା ସଙ୍କଟ ମଧ୍ୟରେ ଉତ୍ତରପ୍ରଦେଶ ଉନ୍ନାଓର ୧୬ଜଣ ସରକାରୀ ଡାକ୍ତର ସାମୁହିକ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ଡାକ୍ତରମାନେ  ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି) ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି)ର ଦାୟିତ୍ୱରେ ରହିଥିଲେ। ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ସେମାନଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଉକ୍ତ ଡାକ୍ତର ଅଭିଯୋଗ ଆଣିଛନ୍ତି। ଡାକ୍ତରମାନେ ସଚ୍ଚୋଟତା ଓ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ପାଳନ କରୁଥିବା ବେଳେ ପ୍ରାୟ ସମୟରେ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ସେମାନଙ୍କ ସହ ଖରାପ୍‌ ମନୋବୃତ୍ତି ପୋଷଣ କରିବା ସହ ଦଣ୍ଡାତ୍ମକ ନିର୍ଦ୍ଦେଶ ମଧ୍ୟ ଜାରି କରିଥାନ୍ତି। ଏନେଇ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଶେଷରେ ସେମାନେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି। ସିଏମ୍‌ଓ ଉପସ୍ଥିତ ନ ଥିବାରୁ ଡେପୁଟି ସିଏମ୍‌ଓଙ୍କୁ ସେମାନେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

Share