ମେକ୍ସିକୋରେ ୧୬ପୋଲିସ କର୍ମୀଙ୍କୁ ମୁକ୍ତ କଲେ ଅପହରଣକାରୀ

ମେକ୍ସିକୋ,୧।୭:ଦକ୍ଷିଣ ମେକ୍ସିକୋରେ ଅପହରଣକାରୀମାନେ ତିନି ଦିନ ପୂର୍ବରୁ ୧୬ଜଣ ପୋଲିସ କର୍ମୀଙ୍କୁ ଅପହରଣ କରିଥିଲେ। ସେମାନଙ୍କୁ ଶୁକ୍ରବାର ସେମାନଙ୍କୁ ଅପହରଣକାରୀ ମୁକ୍ତ କରିଛନ୍ତି। ଏନେଇ ମେକ୍ସିକୋର ଚିଆପାସ ରାଜ୍ୟର ରାଜ୍ୟପାଳ ରୁଟିଲିଓ ଏସ୍କାଣ୍ଡନ ଟ୍ବିଟରରେ ସୂଚନା ଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି ଘଟଣାର ସବିଶେଷ ସୂଚନା ମିଳିପାରି ନାହିଁ। ଅପହରଣକାରୀମାନେ ଚିଆପାସର ତିନି ଜଣ ସ୍ଥାନୀୟ ପୋଲିସ କର୍ମୀଙ୍କୁ ଚାକିରିରୁ ବହିଷ୍କାର କରିବା ଏବଂ ସ୍ଥାନୀୟ ଗାୟକ ନେଏଲି ସିନକୋଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ।

Share