ବାଦଲଫଟା ବର୍ଷା, ଭୂସ୍ଖଳନ ନେଲା ୧୬ ଜୀବନ

ଇସ୍‌ଲାମାବାଦ,୧୨।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅଧୀନ ମାନସେହ୍‌ରା ଜିଲାରେ ପ୍ରବଳ ବର୍ଷା ଯୋଗୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷାରେ ଭୂସ୍ଖଳନ ଘଟି ୪ଟି ଘର ମାଟିରେ ମିଶିଯାଇଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ପାକିସ୍ତାନରେ ବାରମ୍ବାର ବାଦଲଫଟା ବର୍ଷା ହେଉଥିବା କୁହାଯାଉଛି।

Share