Advertisement

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୧୬ ମାଓବାଦୀ ନିହତ

ମାଲକାନଗିରି,୨୯ା୩(ଦୁର୍ଯ୍ୟୋଧନ ପାତ୍ର): ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ବର୍ତ୍ତମାନ ସୁଦ୍ଧା ୧୬ଜଣ ମାଓବାଦୀଙ୍କ ମୃତଦେହ ଠାବ କରାଯାଇଛି।

ତଥ୍ୟ ଅନୁଯାୟୀ, ସୁକୁମା ଜିଲା କେରାଲପାଲ ଥାନା ଅଞ୍ଚଳ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ସୂଚନା ପାଇ ଡିଆରଜି ଓ ସିଆର୍‌ପିଏଫ୍‌ ବାହିନୀ ମିଳିତ ଭାବେ ଉକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ। ଶନିବାର ସକାଳେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ନିରନ୍ତର ଗୁଳି ବିନିମୟ ଜାରି ରହିଥିବା ବେଳେ ଦୀର୍ଘ ୪ ଘଣ୍ଟା ଗୁଳି ବିନିମୟ ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେଶନରେ ୧୬ ଜଣ ମାଓବାଦୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ଏହି ଗୁଳି ବିନିମୟରେ ଡିଆରଜି ବାହିନୀର ଦୁଇଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଦୁଇଜଣଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରା ଯାଇଥିବା ବେଳେ ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା ଆହୁରି ସର୍ଚ୍ଚ ଅପରେଶନ ଚାଲିଛି। ତେବେ ମାଓବାଦୀଙ୍କ ମୃତ୍ୟୁ ଆହୁରି ବଢ଼ିବାର ସମ୍ଭାବନା ରହିଛିା ଏଥିସହ ଘଟଣାସ୍ଥଳରୁ ଏକେ ୪୭, ଏସ୍‌.ଏଲ୍‌.ଆର୍‌, ଇନସାସ୍‌ ରାଇଫଲ୍‌, ୩୦୩ ରାଇଫଲ ରକେଟ ଲଞ୍ଚର, ବିଜିଏଲ ଲଞ୍ଚନ, ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ଜବତ ହୋଇଥିବା ସୁକୁମା ଏସ୍‌.ପି. କିରଣ ଚୌହାନ ସୂଚନା ଦେଇଛନ୍ତି। ଯବାନମାନେ ସର୍ଚ୍ଚ ଅପରେଶନ ସାରି ଫେରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ମଧ୍ୟ ଚୌହାନ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: maiost