କୋରୁକୋଣ୍ଡା,୧୪।୮(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ର ଦାନ୍ତଓ୍ବୋଡା ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସତନ୍ତ୍ର କାର୍ଯ୍ୟକ୍ରମରେ ଏସ୍ପି ଅଭିଷେକ ପଲ୍ଲବଙ୍କ ନିକଟରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ନାମରେ ୧ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଘୋଷଣା କରାଯାଇଥିଲା। ସହୀଦ ସପ୍ତାହର କିଛି ଦିନ ମଧ୍ୟରେ ଏତେ ସଂଖ୍ୟକ ମାଓବାଦୀଙ୍କ ଆତ୍ମସମର୍ପଣ ପୋଲିସର ମନୋବଳକୁ ଦୃଢ କରିଛି।
ଏମାନେ ବହୁ ହିଂସାରେ ଜଡିତ ଥିବା ପୋଲିସ କହିଛି। ମାଓବାଦୀ ସଂଗଠନରେ ବଢିଚାଲିଥିବା ଭେଦଭାବ ଯୋଗୁ ସେମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି। ସରକାରଙ୍କ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ।
Posted inଆମ ଜିଲା ଖବର, ମାଲକାନଗିରି