Categories: ଖେଳ

ଓଡ଼ିଶା ଉଷୁ ଦଳକୁ ୧୬ ପଦକ

ଭୁବନେଶ୍ୱର, ୧।୧୨ (କ୍ରୀଡ଼ା ପ୍ରତିନିଧି): କେରଳର କୋଝିକୋଡେସ୍ଥିତ ଭି.କେ. କ୍ରିଷ୍ଣାମେନନ ଇନ୍‌ଡୋର ଷ୍ଟାଡିୟମରେ ବୁଧବାର ଶେଷ ହୋଇଥିବା ଖେଲୋ ଇଣ୍ଡିଆ ଉଷୁ ମହିଳା ଜୋନାଲ ଲିଗ୍‌ (ସାଉଥ୍‌ ଜୋନ୍‌)ରେ ଓଡ଼ିଶା ଦଳ ମୋଟ ୧୬ଟି ପଦକ ପାଇଛି। ଏହା ମଧ୍ୟରେ ୪ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୭ ବ୍ରୋଞ୍ଜ ପଦକ ସାମିଲ। କେରଳ ଦଳଗତ ଚାମ୍ପିୟନ ହୋଇଥିବାବେଳେ ତାମିଲନାଡ଼ୁ ଦ୍ୱିତୀୟ ଓ କର୍ନାଟକ ତୃତୀୟ ସ୍ଥାନ ଅଧିକାର କରିଛି। ଓଡ଼ିଶା ପ୍ରତିଯୋଗୀଙ୍କ ମଧ୍ୟରେ ଶ୍ୱେତାରାଣୀ ମହନ୍ତ, ସୁମିତ୍ରା ମୁଣ୍ଡା, ମଞ୍ଜୁ ମୁଣ୍ଡା ଓ ପଲ୍ଲବୀ ସାମଲ ସ୍ବର୍ଣ୍ଣ ଏବଂ ସୁହାନି ଗୁରହାଣ୍ଡି, ମାଳିନୀ ମୁଣ୍ଡା, ପରି ମିତ୍ତଲ, ପଲ୍ଲବୀ ସାମଲ (୨ଟି ଇଭେଣ୍ଟରେ) ରୌପ୍ୟ ପଦକ ହାସଲ କରିଛନ୍ତି।

ସେହିପରି ସୋନାଲିସା ଦେହୁରୀ, ଅନ୍ବେଷା ପପଲାଇ, ରିୟା ଠାକୁର, ରିଙ୍କି ରାଉତରାୟ, ଗାୟତ୍ରୀ ସେଠୀ, ତମନ୍ନା ମିଶ୍ର ଓ ସୃଷ୍ଟି କଳସ ବ୍ରୋଞ୍ଜ ପଦକ ପାଇଛନ୍ତି। ତାଓଲୁ ଇଭେଣ୍ଟରେ ପ୍ରଦ୍ୟୁମ୍ନ ବେହେରା ମୁଖ୍ୟ ଜଜ୍‌ ଥିଲେ। ଅନୁରାଧା ଦୋରା ଜଜ୍‌, ପଙ୍କଜ ମହନ୍ତ, ସୁଜନ ରଥ ଓ ଯୁଧିଷ୍ଠିର ଗୁରହାଣ୍ଡି କୋଚ୍‌ ଏବଂ କୃଷ୍ଣ ଚନ୍ଦ୍ର ସାହୁ ଓ ସୁଶାନ୍ତ କୁମାର ନାଏକ ଟିମ୍‌ ମ୍ୟାନେଜର ଥିଲେ। ଉଷୁ ଆସୋସିଏଶନ ଅଫ୍‌ ଓଡ଼ିଶା ସଭାପତି ସୁଧାଂଶୁ ଶେଖର ହରିଚନ୍ଦନ, ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ଉପସଭାପତି ଶିବାନନ୍ଦ ରାୟ ଓ ବିକାଶ ପଟ୍ଟନାୟକ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share