ଭୁବନେଶ୍ୱରରେ ପୁଣି ୧୬ କରୋନା ପଜିଟିଭ୍‌

ଭୁବନେଶ୍ୱର,୨୬।୬(ବ୍ୟୁରୋ)-ଭୁବନେଶ୍ୱରରେ ଶୁକ୍ରବାର ପୁଣି ୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ଜଣ ହୋମ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୧୪ ଜଣ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଯଦୁପୁର ବେଗୁନିଆ ମସଜିଦ ନିକଟରୁ ଜଣ କଲୋକାତା ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ୍‌ ୮ଡେଲଟା କଲୋନୀରେ ଚିହ୍ନଟ ଆକ୍ରାନ୍ତ ଆନ୍ଧ୍ରଫେରନ୍ତା ବୋଲି ଜଣାପଡ଼ିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ୯ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୨ ଜଣ ବରମୁଣ୍ଡା ବିଡିଏ କଲୋନୀର ଥିବାବେଳେ ଅନ୍ୟ ଜଣେ ଝାରପଡା ଜେଲ ନିକଟରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରପଦା ଅଭିରାମ ବସ୍ତିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଜଣେ ଓଲ୍ଡଟାଉନ ମହତାବ ରୋଡରୁ ଚିହ୍ନଟ ହୋଇଛନ୍ତି।
ତେବେ ଏହି ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ପଜିଟିଭ ସଂଖ୍ୟା ୨୭୪କୁ ବୃଦ୍ଧି ପାଇଛି। ମୋଟ ୨୭୪ ପଜିଟିଭଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩୮ ଜଣ ସୁସ୍ଥ ଓ ୧୩୨ ଜଣ ଚିକିତ୍ସାଧିନ ଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share